ଓଡିଶା

odisha

ETV Bharat / bharat

ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ସବୁଜ ପରିବା ଡାଏଟ - ସବୁଜ ପରିବାର ଡାଏଟ

ପିଲା ମୂଳରୁ ପ୍ରିମାଚ୍ୟୁର ହୋଇ ଜନ୍ମ ନେଲେ ଯୁବାବସ୍ଥାରେ ପାଠପଢାରେ ଦୁର୍ବଳ ହୋଇଥାଏ । ତାହାର ଶରୀର ସଠିକ ଭାବେ ବିକଶିତ ହୋଇନଥାଏ ଏବଂ ସେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡିଥାଏ । ଅଧିକ ପଢନ୍ତୁ...

ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ସବୁଜ ପରିବାର ଡାଏଟ
ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ସବୁଜ ପରିବାର ଡାଏଟ

By

Published : Apr 30, 2020, 8:04 PM IST

ୱାଶିଂଟନ: ଆଧୁନିକ କପୁଲଙ୍କ ପାଇଁ ସବୁଠୁ ବଡ ଟେନସନ ପ୍ରେଗନେନ୍ସି । ଏହାର ସଠିକ ସମୟ, ସଠିକ ପଦ୍ଧତି ସବୁ କିଛି ବିଷୟରେ ଅଜ୍ଞ ହେତୁ ବିଭିନ୍ନ ସମସ୍ୟା ଭୋଗିଥାନ୍ତି । ଏପରିକି ଅନେକ ସ୍ତ୍ରୀ ଲୋକ ପ୍ରିମାଚ୍ୟୁର ବେବି ଜନ୍ମ ଦେଇଥାନ୍ତି । ଏପରିସ୍ଥଳେ ପିଲାର ମସ୍ତିଷ୍କ ଓ ଶରୀର ସଠିକ ଭାବେ ବିକଶିତ ହୋଇନଥାଏ ।

ତେବେ କ୍ବିନସଲାଣ୍ଡ ୟୁନିଭର୍ସିଟି ପିଏଚଡି ଛାତ୍ର ଡେରେଜେ ଗେଟେଙ୍କ ଅନୁସାରେ ଏପରି ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ ସବୁଜ ପନିପରିବା ଡାଏଟ ଅନେକ ଉପକାରରେ ଆସିଥାଏ । ସେ ପ୍ରାୟ 3500 ଗର୍ଭବତୀ ମହିଳାଙ୍କ ଉପରେ ଏକ ରିସର୍ଚ୍ଚ କରିଥିଲେ । ଏହି ସମୟରେ ସେମାନଙ୍କୁ ବ୍ରକୋଲି, ଫୁଲକୋବି, ଗାଜର, ବୋଇତାଳୁ, ବନ୍ଧାକୋବି, ବିନ୍ସ ଖାଇବାକୁ ଦିଆଯାଇଥିଲା । ଏହି ପରିବାରେ ଆଣ୍ଟିଅକ୍ସିଡେଣ୍ଟ୍ସ ଓ ପ୍ରୋଟିନ ଅଧିକ ରହିଥାଏ । ଯାହା ପ୍ରିମାଚ୍ୟୁର ଜନ୍ମକୁ ଦୂର କରିଥାଏ ।

ଏହି ମହିଳାମାନେ ସମସ୍ତ ପ୍ରକାର ସବୁଜ ପନିପରିବା ଦୀର୍ଘ ଦିନ ଖାଇଥିଲେ । ଏହାସହ ସେମାନଙ୍କ ଡେଲିଭରୀ ଠିକ ସମୟରେ ଓ ପିଲା ସୁସ୍ଥ ହୋଇ ଜନ୍ମ ନେଇଥିଲା । ହେଲେ କିଛି ମହିଳା ଏହି ପରିବା ଖାଇବାକୁ ମନା କରିଥିଲେ । ସେମାନଙ୍କ ଡେଲିଭରୀରେ ବିଳମ୍ବ ହେବା ସହ ପିଲା ଜନ୍ମ ସମୟରେ ଅନେକ ସମସ୍ୟା ଦେଖାଦେଇଥିଲା । ପିଲା ପେଟରେ ରହିବା ମାତ୍ରେ ଏହି ସବୁଜ ପନିପରିବାର ଡାଏଟ ଆରମ୍ଭ କରିଦେବା ପାଇଁ ଗେଟେ କହିଛନ୍ତି । କାରଣ ପ୍ରଥମ ଟ୍ରାଇମେଷ୍ଟର ସୁଦ୍ଧା ପିଲା ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇଥାଏ । ସେଥିପାଇଁ ଏହା ପୂର୍ବରୁ ଏହି ଡାଏଟ ଆରମ୍ଭ କରିଦେବା ଭଲ ବୋଲି ସେ କହିଛନ୍ତି । ଫଳରେ ପିଲା ତିଆରି ହେବା ସମୟରେ ପ୍ରୋଟିନ ଅଧିକ ପାଇଥାଏ ।

ପିଲା ମୂଳରୁ ପ୍ରିମାଚ୍ୟୁର ହୋଇ ଜନ୍ମ ନେଲେ ଯୁବାବସ୍ଥାରେ ପାଠପଢାରେ ଦୁର୍ବଳ ହୋଇଥାଏ । ତାହାର ଶରୀର ସଠିକ ଭାବେ ବିକଶିତ ହୋଇନଥାଏ ଏବଂ ସେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡିଥାଏ । ଅଷ୍ଟ୍ରେଲିଆରେ ଏହି କାରଣ ଯୋଗୁଁ ଅନେକ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହାସହ ପ୍ରତିବର୍ଷ 8.5 ପ୍ରତିଶତ ଜନ୍ମ ଏହାଦ୍ବାରା ପ୍ରଭାବିତ ହୋଇଥାଏ ବୋଲି ଜଣାପଡିଛି ।

ABOUT THE AUTHOR

...view details