ଓଡିଶା

odisha

ETV Bharat / bharat

ବାୟୁଶକ୍ତି 2019: ପରାକ୍ରମ ଦେଖାଇବ ଭାରତୀୟ ବାୟୁସେନା - military parade

ଆସୁଛି ସମରାଭ୍ୟାସ ବାୟୁଶକ୍ତି ୨୦୧୯ । ଭାରତୀୟ ବାୟୁସେନା ଦେଖାଇବ ନିଜର ପରାକ୍ରମ ।

ଡିଜାଇନ ଫଟୋ

By

Published : Feb 12, 2019, 8:04 AM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦେଖାଇବ ନିଜର ପରାକ୍ରମ । ଆକାଶମାର୍ଗରେ ଦେଖାଇବ ନିଜର ଶକ୍ତି । ଆସନ୍ତା 16ରେ ହେବାକୁ ଯାଉଛି ସମରାଭ୍ୟାସ ବାୟୁଶକ୍ତି ୨୦୧୯ । ଏଥିରେ ବାୟୁସେନାର କ୍ଷମତା ଓ ପ୍ରସ୍ତୁତିର ପ୍ରଦର୍ଶନ ହେବ ।

ଏହି ସମରାଭ୍ୟାସରେ ମିଗ୨୭ର ଗ୍ରାଉଣ୍ଡ ଆଟାକ କ୍ଷମତାର ପ୍ରଦର୍ଶନ ହେବ ବୋଲି ସୂଚନା ରହିଛି । ଏହାସହିତ ବିଭିନ୍ନ ଲଢୁଆ ବିମାନଙ୍କ ଦ୍ବାରା ଗୁଳିବର୍ଷଣର କ୍ଷମତା ପ୍ରଦର୍ଶିତ କରାଯିବ । ମିଗ ୨୭ ଓ ଜାଗୁଆର ଲଢୁଆ ବିମାନ ଆକାଶମାର୍ଗରୁ ଭୂମିରେ ଥିବା ଟାର୍ଗେଟକୁ ବୋମା, ରକେଟ ଓ କ୍ଷେପଣାସ୍ତ୍ର ଆଦି ପକାଇ ଧ୍ୱଂସ କରିବ । ଏହା ସହିତ ଏଥିରେ ଲାଗିଥିବା ମେସିନ ଗନ ମାଧ୍ୟମରେ ମଧ୍ୟ ଗୁଳି ବର୍ଷା କରାଯିବ ।

ସୂଚନାନୁସାରେ ରାଜସ୍ଥାନର ଥର ମରୁଭୂମିରେ ଏହି ସମରାଭ୍ୟାସ ହେବ । ବାୟୁଶକ୍ତି ନାମରେ ଏହି ସମରାଭ୍ୟାସ ନାମିତ । ଏଥିରେ ସାରା ଦେଶ ବାୟୁସେନାର କ୍ଷମତା ଦେଖିବ । ଏହି ସମରାଭ୍ୟାସରେ ସୁଖୋଇ, ଜାଗୁଆର ଓ ତେଜସ ଭଳି ବିମାନ ମଧ୍ୟ ଅଂଶଗ୍ରହଣ କରି ନିଜର ବିଧ୍ୱଂସକ କ୍ଷମତାର ପ୍ରଦର୍ଶନ କରିବେ ।

ତେବେ ଶନିବାର ଏଥିପାଇଁ ଏକ ଫୁଲ ଡ୍ରେସ ରିହରସଲ ହୋଇଯାଇଛି । ଜୈସଲମାରର ପୋଖରାନ ଫିଲ୍ଡରେ ଏହି ରିହରସଲ ହୋଇଛି । ଏଥିରେ ଦକ୍ଷିଣ ପଶ୍ଚିମ କମାଣ୍ଡ-ଇନ-ଚିଫ ଏୟାର ମାର୍ଶଲ ଏଚ ଏସ ଅରୋରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମରାଭ୍ୟାସ ହୋଇଥିଲା । ବାୟୁସେନାର ସୂଚନା ଅନୁସାରେ ୧୪ ତାରିଖରେ 2ୟ ଫୁଲ ଡ୍ରେସ ରିହଲସାଲ ଅନୁଷ୍ଠିତ ହେବ । ଏହାପରେ 16 ତାରିଖରେ ଶକ୍ତି ପ୍ରଦର୍ଶନ ହେବ ।

ABOUT THE AUTHOR

...view details