ମୁମ୍ବାଇ: ଏଲଗାର ପରିଷଦ-ମାଓବାଦୀଙ୍କ ସହ ସମ୍ପର୍କ ଥିବା ଏବଂ ଭୀମା କୋରଗାଁ ହିଂସାକାଣ୍ଡ କରାଇଥିବା ଅଭିଯୋଗରେ ଜେଲରେ ବନ୍ଦି ଥିବା ଭରଭରା ରାଓକୁ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଗୁରୁବାର ଡାକ୍ତରଖାନା ପ୍ରଶାସନ ଏହି ସୂଚନା ଦେଇଛି । ନ୍ୟାୟିକ ହେପାଜତରେ, ନାଭି ମୁମ୍ବାଇର ତାଲୋଜା ଜେଲରେ ରହୁଥିବା 80 ବର୍ଷୀୟ ରାଓଙ୍କୁ ଏହି ସପ୍ତାହରେ ସରକାରୀ ଜେଜେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଭୀମା କୋରଗାଁ ହିଂସାକାଣ୍ଡ ମାମଲାର ଅଭିଯୁକ୍ତ ଭରଭରାକୁ କୋରୋନା - bhima koregaon violence
ଏଲଗାର ପରିଷଦ-ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ଜେଲରେ ବନ୍ଦି ଥିବା ଭରଭାରା ରାଓକୁ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଜେ ଜେ ଡାକ୍ତରଖାନାର ଡିନ୍ ଡ. ରଣଜିତ୍ ମାନକେଶ୍ବରଙ୍କ ଅନୁଯାୟୀ ରାଓଙ୍କ କୋଭିଡ ଟେଷ୍ଟ ରିପୋର୍ଟ ଆଜି ଆସିଛି ଯେଉଁଥିରେ ସେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ସୂଚନା ଥାଉକି ଯେ ରାଓ ମହାରାଷ୍ଟ୍ରର ଭୀମା କୋରେଗାଓଁ-ଏଲଗାର ପରିଷ-ମାଓବାଦୀ ମାମଲାରେ ସେ ନିୟୋଜିତ ଥିଲେ । ଏଥିଲାଗି ତାଙ୍କୁ ଗିରଫ କରାଯାଇଥିଲା ।
ସେହି ଦିନଠାରୁ ସେ ଜେଲରେ ଥିଲେ। ତାଙ୍କୁ ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହ ପୁନେର ୟେରୱାଡା ଜେଲରୁ ତାଲୋଜା ଜେଲକୁ ନିଆଯାଇଥିଲା । ମୁମ୍ବାଇ ଜେଲରେ ପ୍ରାୟ 500 ଲୋକ କୋରୋନା ସଂକ୍ରମିତ ହୋଇଥିବା ବେଳେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟଗତ କାରଣରୁ ରାଓଙ୍କୁ ଜାମିନ ଆବେଦନ ତାଙ୍କ ବମ୍ବେ ହାଇକୋର୍ଟରେ ବିଚାରାଧୀନ ଅଛି ।