ନୂଆଦିଲ୍ଲୀ: ସଂସଦ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ବନ୍ଦେ ମାତାରମକୁ ନେଇ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି ।
ସମାଜବାଦୀ ପାର୍ଟି ସାଂସଦ ଶଫିକୁ ରେହମାନ ବର୍କ ଶପଥ ନେବା ପରେ ବନ୍ଦେ ମାତରମକୁ ଇସଲାମ ବିରୋଧି କହିବା ସହ ଏଭଳି ନାରା ନ ଲଗାଇବାକୁ କହିଥିଲେ । ରେହମାନଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ବିରୋଧୀ ସାଂସଦଙ୍କ ହଙ୍ଗାମାକୁ ଦେଖି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ କିଛି ସମୟ ବନ୍ଦ କରିବାକୁ ପଡିଥିଲା ।
ଲୋକସଭାରେ ଉତ୍ତର ପ୍ରଦେଶରୁ ନବନିର୍ବାଚିତ ସାଂସଦ ଶପଥ ନେଉଥିବା ବେଳେ ଏହିକ୍ରମରେ ସାମିଲ ହୋଇଥିଲେ ରେହମାନ । ସେ ଉର୍ଦ୍ଦୁରେ ଶପଥ ନେବା ପରେ କହିଛନ୍ତି ଯେ ଭାରତର ସମ୍ବିଧାନ ଜିନ୍ଦାବାଦ । କିନ୍ତୁ ଯେଉଁଠି ବନ୍ଦେ ମାତରମର ପ୍ରଶ୍ନ ରହିଛି, ସେଠାରେ ଏହା ଇସଲାମ ବିରୋଧି ଓ ଏହାକୁ ସେ ପାଳନ କରିବେ ନାହିଁ ବୋଲି ରେହମାନ କହିଥିଲେ ।
ସପା ସାଂସଦଙ୍କ ବୟାନ ପରେ ଗୃହରେ ଏହାକୁ ବିରୋଧ କରାଯିବା ସହ ବିଜେପି ସାଂସଦ ବନ୍ଦେ ମାତରମର ନାରା ଲଗାଇଥିଲେ ।