ଓଡିଶା

odisha

ETV Bharat / bharat

ମାତା ବୈଷ୍ଣୋଦେବୀଙ୍କ ଭକ୍ତଙ୍କୁ ମିଳିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଉପହାର - delhi

ଘଣ୍ଟା ପ୍ରତି 130 କିଲୋମିଟର ବେଗରେ ଦୌଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ଆଦିଲ୍ଲୀରୁ କଟରା ମାତ୍ର ୮ ଘଣ୍ଟାରେ ପହଞ୍ଚିବ ଏହି ଦ୍ରୁତଗାମୀ ଟ୍ରେନ । ମାତା ବୈଷ୍ଣୋଦେବୀଙ୍କ ଭକ୍ତଙ୍କୁ ଖୁବଶୀଘ୍ର ମିଳିବ ଏହି ଉପହାର ।

ପ୍ରତିକାତ୍ମକ ଫଟୋ

By

Published : Jun 27, 2019, 8:55 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ କଟରା ଅଭିମୁଖେ ଖୁବଶୀଘ୍ର ଦୌଡ଼ିବ ଦେଶର ଅତ୍ୟାଧୁନିକ ଓ ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ମାତା ବୈଷ୍ଣୋଦେବୀଙ୍କ ଭକ୍ତଙ୍କୁ ଖୁବଶୀଘ୍ର ମିଳିବ ଏହି ସୁବିଧା । ଘଣ୍ଟା ପ୍ରତି 130 କିଲୋମିଟର ବେଗରେ ଦୌଡୁଥିବା ଏହି ଟ୍ରେନ ନୂଆଦିଲ୍ଲୀରୁ କଟରା ମାତ୍ର ୮ ଘଣ୍ଟାରେ ପହଞ୍ଚିବ ।

ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀରୁ କଟରା ମଧ୍ୟରେ ଥିବା 3ଟି ଗୁରୁତ୍ବପୂର୍ଣ୍ଣ ରେଳଷ୍ଟେସନରେ ହିଁ ଅଟକିବ । ବନ୍ଦେ ଭାରତ ନୂଆଦିଲ୍ଲୀରୁ ଆରମ୍ଭ ହୋଇ ଅମ୍ବାଲା ଜଙ୍କସନ, ଲୁଧିଆନା ଓ ଜମ୍ମୁ ରେଳ ଷ୍ଟେସନରେ ଅଟକିବ। ରେଳ ମନ୍ତ୍ରାଳୟର ଯୋଜନା ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟାରୁ ଦିଲ୍ଲୀରୁ ବାହାରି କଟରା ଷ୍ଟେସନ ଅଭିମୁଖେ ବାହାରିବ ।

ଏହି ଟ୍ରେନ ୨ଘଣ୍ଟା ୧୦ ମିନିଟ ପରେ ଅମ୍ବାଲା ଜଙ୍କସନରେ ପହଞ୍ଚିବ । ଏଠାରେ ୨ ମିନିଟ ଅଟକିବା ପରେ ଆଗକୁ ବଢ଼ିବ ଓ ୯ଟା ୨୨ରେ ଲୁଧିଆନାରେ ପହଞ୍ଚିବ । ପୂର୍ବାହ୍ନ ୯ଟା ୨୪ରେ ଲୁଧିଆନାରୁ ଟ୍ରେନ ବାହାରି ୧୨ଟା ୪୦ରେ ଜମ୍ମୁ ତଭି ଷ୍ଟେସନରେ ପହଞ୍ଚିବ । ଏଠାରେ ୨ ମିନିଟ ଅଟକିବା ପରେ ଅପରାହ୍ନ ୨ଟାରେ କଟରା ଷ୍ଟେନସରେ ପହଞ୍ଚିବ । କଟରାରୁ ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ୩ଟାରେ ବାହାରି ରାତି ୧୧ଟାରେ ନୂଆଦିଲ୍ଲୀରେ ପହଞ୍ଚିବ ।

For All Latest Updates

ABOUT THE AUTHOR

...view details