ଓଡିଶା

odisha

By

Published : Jun 2, 2020, 10:36 PM IST

ETV Bharat / bharat

ବନ୍ଦେ ଭାରତ ମିଶନ: କାନାଡା ଓ ଆମେରିକାରୁ ଫେରିବେ ଭାରତୀୟ

ବନ୍ଦେ ଭାରତ ମିଶନର ତୃତୀୟ ପର୍ଯ୍ୟାୟରେ ଆମେରିକା ଏବଂ କାନାଡାରେ ଫସି ରହିଥିବା ଭାରତୀୟଙ୍କୁ ଜୁନ୍ 11 ରୁ 30 ମଧ୍ୟରେ ଭାରତୀୟ ବିମାନ ସେବା ଏୟାର ଇଣ୍ଡିଆ ଲିମିଟେଡ୍ 70 ଟି ବିମାନ ଚଳାଚଳ କରିବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ବନ୍ଦେ ଭାରତ ମିଶନ: ଜୁନ୍ 11ରୁ ଆମେରିକା, କାନାଡାକୁ ଚାଲିବ ଏୟାର ଇଣ୍ଡିଆର 70 ଟି ବିମାନ
ବନ୍ଦେ ଭାରତ ମିଶନ: ଜୁନ୍ 11ରୁ ଆମେରିକା, କାନାଡାକୁ ଚାଲିବ ଏୟାର ଇଣ୍ଡିଆର 70 ଟି ବିମାନ

ନୂଆଦିଲ୍ଲୀ: ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି। ବନ୍ଦେ ଭାରତ ମିଶନର ତୃତୀୟ ପର୍ଯ୍ୟାୟରେ ଆମେରିକା ଏବଂ କାନାଡାରେ ଫସି ରହିଥିବା ଭାରତୀୟଙ୍କୁ ଜୁନ୍ 11 ରୁ 30 ମଧ୍ୟରେ ଭାରତୀୟ ବିମାନ ସେବା ଏୟାର ଇଣ୍ଡିଆ ଲିମିଟେଡ୍ 70 ଟି ବିମାନ ଚଳାଚଳ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ବିଳମ୍ବିତ ରାତିରେ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି ।

ଏହି ବନ୍ଦେ ଭାରତ ମିଶନ ମାଧ୍ୟମରେ ହିଁ ବିଦେଶରେ ଫସି ରହିଥିବା ଦୁଃଖୀ ଭାରତୀୟଙ୍କୁ ଘରକୁ ଫେରାଇ ଆଣିବାରେ ସକ୍ଷମ ହୋଇ ପାରିଛି । ଭାରତୀୟ ବିମାନ ଚଳାଚଳ ମନ୍ତ୍ରଣାଳୟ ଆନ୍ତର୍ଜାତୀୟ ବିମାନ ପୁନଃ ଆରମ୍ଭ କରିବାକୁ ଅନେକ ଅନୁରୋଧ କରାଯାଇଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

COVID-19 ମହାମାରୀ ଯୋଗୁଁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଘରକୁ ଆଣିବା ପାଇଁ ସରକାରଙ୍କ ଦ୍ବାରା ମେ 7 ରେ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲା । ଏହା ମଧ୍ୟ ବିଦେଶୀ ନାଗରିକ ଏବଂ ବୈଧ ଭିସା ଧାରକମାନଙ୍କୁ ଏହି ବିମାନରେ ସିଟ୍ ବୁକ୍ କରିବାକୁ ଅନୁମତି ଦିଆ ଯାଇଥିଲା । ବନ୍ଦେ ଭାରତ ମିଶନ ଅଧିନରେ ସୋମବାର (ଜୁନ୍ 1, 2020) ଦୁବାଇ, କୁଏତ, ଆବୁଧାବି, ମସ୍କାଟ, ବହାରେନ, ସାଲାଲା, ମସ୍କୋ, କିଏଭ, ମାଦ୍ରିଦ, ଟୋକିଓ, ଢାକା, ବିସ୍କେକ୍, ଆଲମାଟି, ରିୟାଦ ଏବଂ ଦାମମ୍ ରୁ ପ୍ରାୟ 3800 ଲୋକଙ୍କୁ ଭାରତକୁ ଫେରାଇ ଅଣା ଯାଇଥିଲା।

ABOUT THE AUTHOR

...view details