ଓଡିଶା

odisha

ETV Bharat / bharat

ବନ୍ଦେ ଭାରତ ମିଶନ: ଲଣ୍ଡନରୁ ହାଇଦ୍ରାବାଦରେ ପହଞ୍ଚିଲେ 50 ଗର୍ଭବତୀ

ବନ୍ଦେ ଭାରତ ମିଶନ ଅଧୀନରେ ଚାଲୁଥିବା ନ୍ୟାସନାଲ କ୍ୟାରିୟର ଏୟାର ଇଣ୍ଡିଆ ବିମାନ ଲଣ୍ଡନରୁ 50 ଗର୍ଭବତୀ ମହିଳାଙ୍କୁ ଧରି ହାଇଦ୍ରାବାଦ ପହଞ୍ଚିଛି ।

bande bharat mission
ଲଣ୍ଡନରୁ ଫେରିଲେ 50 ଗର୍ଭବତୀ ମହିଳା

By

Published : May 24, 2020, 12:45 PM IST

ନୂଆଦିଲ୍ଲୀ: ଲଣ୍ଡନରୁ ଫେରିଲେ 50 ଗର୍ଭବତୀ ମହିଳା । ବନ୍ଦେ ଭାରତ ମିଶନ ଅଧୀନରେ ଚାଲୁଥିବା ନ୍ୟାସନାଲ କ୍ୟାରିୟର ଏୟାର ଇଣ୍ଡିଆ ବିମାନ ଲଣ୍ଡନରୁ 50 ଗର୍ଭବତୀ ମହିଳାଙ୍କୁ ଧରି ହାଇଦ୍ରାବାଦରେ ପହଞ୍ଚିଛି ।

ଆମେ ଲଣ୍ଡନରୁ ବନ୍ଦେ ଭାରତ ମିଶନ ଅଧୀନରେ ଥିବା ବିଭିନ୍ନ ସହରକୁ ବିମାନ ଚଳାଚଳ କରୁଛୁ । ମେ 11 ପରଠାରୁ ଆମେ ବହୁ ସଂଖ୍ୟକ ଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବିମାନ ଚଳାଚଳ କରୁଛୁ । ଏୟାର ଇଣ୍ଡିଆ ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ବିମାନ ଚଳାଚଳ କରୁଥିବା ବେଳେ ଏହା ଏକ ବିଶେଷ ମୁହୂର୍ତ୍ତ ଥିବା ଲଣ୍ଡନରେ ଅବସ୍ଥିତ ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ।

କୋରୋନା ମହାମାରୀକୁ ନେଇ ଲଣ୍ଡନରେ ସ୍ତ୍ରୀ ରୋଗ ବିଶେଷଜ୍ଞମାନେ ଭିଡିଓ କଲ କିମ୍ବା ସିଧାସଳଖ ଗର୍ଭବତୀନଙ୍କୁ ପରୀକ୍ଷା କରୁନାହାଁନ୍ତି। ଏଭଳି ପରିସ୍ଥିତିକୁ ନେଇ ମହିଳାମାନେ ଭାରତ ଫ୍ରିବାକୁ ବାଧ୍ୟ ହୋଇଥିଲେ ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଗର୍ଭବତୀ ମହିଳାମାନେ ଗର୍ଭଧାରଣର 27 ସପ୍ତାହ ପର୍ଯ୍ୟନ୍ତ ଯାତ୍ରା କରିପାରନ୍ତି । ଗର୍ଭାବସ୍ଥାରେ ଏୟାର ଇଣ୍ଡିଆ ବିମାନ ବୁକିଂ କରିବା ପୂର୍ବରୁ ଏୟାରଲାଇନ୍ସ ପକ୍ଷରୁ ଏକ ସ୍ପଷ୍ଟ ନିୟମ ରହିଛି ଯାହା ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ଲାଗୁ ଅଟେ।

ଏହା କେବଳ ଏୟାର ଇଣ୍ଡିଆର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଇପାରିବ ଏବଂ ଯାତ୍ରୀ ଜଣଙ୍କ ସହିତ ଜଣେ ଡାକ୍ତର ଏବଂ ଏକ ଇନଡେମନିଟି ବଣ୍ଡରେ ଦସ୍ତଖତ ହେବା ଜରୁରୀ। ଏହା କେବଳ ଜରୁରୀ ମାମଲାରେ ପାଇଁ ଲାଗୁ ହେବ ବୋଲି ଏୟାର ଇଣ୍ଡିଆ ନିୟମ କହିଛି।

ପ୍ରକାଶ ଥାଉକି, କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଗତ ମେ 7ରୁ ବନ୍ଦେ ଭାରତ ମିଶନ କାମ କରୁଛି । ଏପର୍ଯ୍ୟନ୍ତ ବିଭିନ୍ନ ଦେଶରୁ ପ୍ରାୟ 25446 ଭାରତୀୟ ଦେଶକୁ ଫେରିଛନ୍ତି ।

ABOUT THE AUTHOR

...view details