ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନବରାତ୍ରୀ ଉପହାର । ଗୁରୁବାର କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ବନ୍ଦେଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏବଂ କଟରା ଭିତରେ ଯାତ୍ରା କରିବ ଏହି ଟ୍ରେନ ।
ଟ୍ରେନ 18 ଭାବେ ଜଣାଶୁଣା ଏହି ଟ୍ରେନ ଦିଲ୍ଲୀ ଓ କଟରା ଭିତରେ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା ପର୍ଯ୍ୟନ୍ତ ଚାଲିବ । ଚଳିତମାସ 5 ତାରିଖରୁ ଏହା ଚାଲୁ ହେବ । ବୈଷ୍ଣୋ ଦେବୀ ଯାତ୍ରୀଙ୍କ ପାଇଁ ଯାତ୍ରା ଆହୁରି ସହଜ ହେବ ।
ଟ୍ରେନ ନମ୍ବର 22439 ଦିଲ୍ଲୀ-କଟରା ବନ୍ଦେ ଭାରତ ଏକ୍ସପ୍ରେସ ଦିଲ୍ଲୀ ରେଳ ଷ୍ଟେସନରୁ ସକାଳ 6ଟା ସମୟରେ ଯାତ୍ରା ଆରମ୍ଭ କରି ଦିନ 2ଟା ସମୟରେ କଟରାରେ ପହଞ୍ଚିବ । ଯାତ୍ରା ସମୟରେ ଅମ୍ବାଲା କ୍ୟାଣ୍ଟ, ଲୁଧିଆନା ଏବଂ ଜମ୍ମୁ ତୱିରେ ଦୁଇ ମିନିଟ ଲେଖାଁଏ ରହିବ ।
ସମାନ ଟ୍ରେନରେ ଯାତ୍ରା କରିବାକୁ ହେଲେ ଟ୍ରେନ ନମ୍ବର 22440 କତରାରୁ ଅପରାହ୍ନ 3ଟାରୁ ଯାତ୍ରା ଆରମ୍ଭ କରି ଦିଲ୍ଲୀରେ ରାତି 11ଟା ସମୟରେ ପହଞ୍ଚିବ । ମଙ୍ଗଳବାର ଛଡା ଅନ୍ୟ ଦିନମାନଙ୍କରେ ଆପଣ ଏହି ରେଳରେ ଯାତ୍ରା କରି ପାରିବେ ।