ଓଡିଶା

odisha

ETV Bharat / bharat

ଗାଡି ଚାଳକଙ୍କୁ ଆଶ୍ବସ୍ତି, ମାର୍ଚ୍ଚ 31 ଯାଏଁ ବଢିଲା କାଗଜପତ୍ରର ବୈଧତା

ଡ୍ରାଇଭିଂ ଲାଇସେନ୍ସ, ଗାଡି ପଞ୍ଜିକରଣ ଏବଂ ଫିଟନେସ୍ ସାର୍ଟିଫିକେଟ୍ ଭଳି ଗୁରୁତ୍ତ୍ବପୂର୍ଣ୍ଣ କାଗଜପତ୍ର ଗୁଡିକର ବୈଧତାକୁ କେନ୍ଦ୍ର ସରକାର 2021 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଧିକ ପଢନ୍ତୁ...

ଡ୍ରାଇଭିଂ ଲାଇସେନ୍ସ, ଯାନ ପଞ୍ଜିକରଣ ଭଲି ପ୍ରମୁଖ ଡକ୍ୟୁମେଣ୍ଟ ଗୁଡିକର ବୈଧତା 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି
ଡ୍ରାଇଭିଂ ଲାଇସେନ୍ସ, ଯାନ ପଞ୍ଜିକରଣ ଭଲି ପ୍ରମୁଖ ଡକ୍ୟୁମେଣ୍ଟ ଗୁଡିକର ବୈଧତା 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

By

Published : Dec 28, 2020, 10:17 AM IST

Updated : Dec 28, 2020, 11:41 AM IST

ନୂଆଦିଲ୍ଲୀ : ଡ୍ରାଇଭିଂ ଲାଇସେନ୍ସ, ଗାଡି ପଞ୍ଜିକରଣ ଏବଂ ଫିଟନେସ୍ ସାର୍ଟିଫିକେଟ୍ ଭଳି ଗୁରୁତ୍ତ୍ବପୂର୍ଣ୍ଣ କାଗଜପତ୍ର ଗୁଡିକର ବୈଧତାକୁ କେନ୍ଦ୍ର ସରକାର 2021 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ସେହିମାନଙ୍କ ପାଇଁ ଲାଭଦାୟକ ଯେଉଁମାନଙ୍କର ଏହି ଦଲିଲ ଗୁଡ଼ିକର ଅବଧି ଫେବୃଆରୀ 1, 2020 ରେ ସମାପ୍ତ ହୋଇଥିଲା କିନ୍ତୁ, ମହାମାରୀ ହେତୁ ସେସବୁର ନବୀକରଣ କରିପାରିନାହାଁନ୍ତି ।

କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କୋରୋନା ମହାମାରୀ ହେତୁ ଚତୁର୍ଥ ଥର ପାଇଁ ଏହି ବୈଧତାରେ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ଅଗଷ୍ଟରେ ସରକାର 31 ଡିସେମ୍ବର 2020 ପର୍ଯ୍ୟନ୍ତ ଏହାର ବୈଧତା ବୃଦ୍ଧି କରିଥିଲେ । ରବିବାର ଦିନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସୁରକ୍ଷିତ ଭାବେ ଶାରୀରିକ ଦୂରତା ବଜାୟ ରଖିବା ସହିତ ପରିବହନ ସହ ଜଡିତ ସେବା ପାଇବାରେ ନାଗରିକମାନଙ୍କୁ ଏହି ନିଷ୍ପତ୍ତି ସାହାଯ୍ୟ କରିବ ।

ବାସ୍ତବରେ କୋରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ନିମନ୍ତେ ଅଗଷ୍ଟ ମାସରେ ହେବାକୁ ଥିବା ମୋଟର ଯାନ ସହ ଜଡିତ ସମସ୍ତ ଦଲିଲର ବୈଧତା ଡିସେମ୍ବର 31, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏଥିରେ ଫିଟନେସ୍ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ,, ଯାନ ପଞ୍ଜିକରଣ (RC) ସହିତ ପ୍ରମୁଖ ଦଲିଲ ଅନ୍ତର୍ଭୁକ୍ତ ।

ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ବାରା କୌଣସି ଡ୍ରାଇଭର ହଇରାଣ ନହୁଅନ୍ତି । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ, 31 ମାର୍ଚ୍ଚ 2021 ପର୍ଯ୍ୟନ୍ତ ଏହି ଦଲିଲ ଗୁଡ଼ିକୁ ବୈଧ ବୋଲି ବିଚାର କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଣିଜ୍ୟିକ ଯାନ ମାଲିକମାନେ ସରକାରଙ୍କଠାରୁ କିଛି ରିହାତି ଦାବି କରିଥିଲେ । ସେମାନଙ୍କ କହିବା କଥା ଯେ, ବ୍ୟବହାରିକ ସମସ୍ୟା ହେତୁ ରାସ୍ତାକୁ ଓହ୍ଲାଉ ନ ଥିବା ଏଭଳି ଯାନ ପାଇଁ ସରକାର କିଛି କୋହଳ ପ୍ରଦାନ କରିବା ଉଚିତ। ଏଥିରେ ସ୍କୁଲ ବସ୍ ଅପରେଟର ମଧ୍ୟ ଅନ୍ତର୍ଭୁକ୍ତ ।

Last Updated : Dec 28, 2020, 11:41 AM IST

For All Latest Updates

TAGGED:

ABOUT THE AUTHOR

...view details