ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଟଳଜୀଙ୍କ 95ତମ ଜନ୍ମବାର୍ଷିକୀ ଅବସରରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଲୋକଭବନରେ ନିର୍ମାଣ କରାଯାଇଛି ଏହି ପ୍ରତିମୂର୍ତ୍ତି ।
ଲକ୍ଷ୍ନୌରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ - ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌର ଲୋକଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 25 ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ ଦେବେ । ଅଟଳ ବିହାରୀ ବାଜପେୟୀଙ୍କ ଏହା ହେଉଛି 95ତମ ଜନ୍ମବାର୍ଷିକୀ ।
ସଂସଦ କ୍ଷେତ୍ର ସେ ଏଠାରୁ 5 ଥର ସଂସଦକୁ ନିର୍ବାଚିତ ହୋଇଥିଲେ । ଏହି ଆସନରୁ ବିଜୟ ଲାଭ କରି ସେ ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ବାଜପେୟୀ ଜଣେ ଉଦାରବାଦୀ ନେତା ଭାବେ ସାରା ବିଶ୍ବରେ ପରିଚିତ। ତାଙ୍କ ଶାସନ ସମୟରେ ଦେଶକୁ ବିକାଶ କ୍ଷେତ୍ରରେ ଏକ ନୂତନ ଦିଶା ମିଳିଥିଲା ।