ଓଡିଶା

odisha

ETV Bharat / bharat

ମୋବାଇଲ ଆପରେ ବୈଷ୍ଣୋଦେବୀଙ୍କ ଦର୍ଶନ କରିବେ ଭକ୍ତ - ମୋବାଇଲ ଆପ

ଜାମ୍ମୁ କାଶ୍ମୀରର ରୈସୀ ଜିଲ୍ଲାର ତ୍ରିକୁଟ ପାହାଡରେ ଥିବା ମାତା ବୈଷ୍ଣୋ ଦେବୀଙ୍କୁ ଭକ୍ତମାନେ ମୋବାଇଲ ଆପ ଜରିଆରେ ଦର୍ଶନ କରିପାରିବେ ବୋଲି ଅଧିକାରୀମାନେ କହିଛନ୍ତି।

ମୋବାଇଲ ଆପରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବେ ଭକ୍ତ
ମୋବାଇଲ ଆପରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବେ ଭକ୍ତ

By

Published : Sep 23, 2020, 11:40 AM IST

ଶ୍ରୀନଗର: ମୋବାଇଲ ଆପ ଜରିଆରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିପାରିବେ ଭକ୍ତ । ଜାମ୍ମୁ କାଶ୍ମୀରର ରୈସୀ ଜିଲ୍ଲାର ତ୍ରିକୁଟ ପାହାଡରେ ଥିବା ମାତା ବୈଷ୍ଣୋ ଦେବୀଙ୍କୁ ଭକ୍ତମାନେ ମୋବାଇଲ ଆପ ଜରିଆରେ ଦର୍ଶନ କରିପାରିବେ ବୋଲି ଅଧିକାରୀମାନେ କହିଛନ୍ତି।

ଆଗାମୀ ଅକ୍ଟୋବର 17 ତାରିଖ ନବରାତ୍ରୀ ପ୍ରଥମ ଦିନରେ ଏହି ଆପ ଲଞ୍ଚ କରାଯିବ । ଏହି ଆପ ଜରିଆରେ ଭକ୍ତ ହୋମ ଦେଖିବାର ମଧ୍ୟ ସୁଯୋଗ ପାଇପାରିବେ ବୋଲି ଅଧିକାରୀ କହିଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୋରୋନା ମହାମାରୀ କାରଣରୁ ବହୁ ଧାର୍ମିକ ସ୍ଥଳୀ ବନ୍ଦ ରହିଛି । କିନ୍ତୁ କିଛି ଧାର୍ମିକ ସ୍ଥଳୀ ଖୋଲିବା ସତ୍ତ୍ବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ମନ୍ଦିର ପ୍ରବେଶରେ ରୋକ ଲଗାଯାଇଛି । କିନ୍ତୁ ବୈଷ୍ଣୋଦେବୀ ମନ୍ଦିର ପ୍ରଶାସନ ନୂତନ ପଦ୍ଧତି ପ୍ରସ୍ତୁତ କରୁଛି । ଯାହାଦ୍ୱାରା ଭକ୍ତମାନେ ଘରେ ବସି ମାଆଙ୍କ ଦର୍ଶନ କରିପାରିବେ । ତେବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାତା ବୈଷ୍ଣୋ ଦେବୀଙ୍କ ପ୍ରସାଦର ହୋମ ଡେଲିଭରୀ ଜାରି ରହିବ ବୋଲି ସେ କହିଛନ୍ତି।

ଏହାଛଡା ଭକ୍ତମାନେ ବୋର୍ଡର ୱେବସାଇଟ୍ ଜରିଆରେ ପୂଜା ପ୍ରସାଦ ବୁକ କରିପାରିବେ । ଯାହା ବୋର୍ଡ ଦ୍ୱାରା ଦେଶବ୍ୟାପୀ ଭକ୍ତମାନଙ୍କୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯିବ । ତେବେ ଏଥିପାଇଁ ବୋର୍ଡ ଡାକ ବିଭାଗ ସହିତ ଚୁକ୍ତି କରିଛି । ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ କୁମାର କହିଛନ୍ତି, ବର୍ତ୍ତମାନ ମନ୍ଦିରର ବର୍ତ୍ତମାନ ଆଲତୀ ଏକ ଧାର୍ମିକ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ କରାଯାଉଛି।

ABOUT THE AUTHOR

...view details