ଓଡିଶା

odisha

ETV Bharat / bharat

ଯୋଗ ଦିବସ, ସମ୍ମୁଖ ଯୋଦ୍ଧାଙ୍କୁ ଭର୍ଚୁଆଲରେ 108 ସୂର୍ଯ୍ୟ ନମସ୍କାର ଭେଟି - ଆନ୍ତର୍ଜାତୀୟ ଯୋଗ ଦିବସ

ଗୁଜୁରାଟ ଭଦୋଦରା ଯୋଗ ନିକେତନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜନ କରାଯାଇଛି। ଯେଉଁଥିରେ 15 ଟି ଦେଶର ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି। ଏହାସହ କୋଭିଡ୍ 19 ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ 108 ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି।

ଯୋଗ ଦିବସରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଭର୍ଚୁଆଲରେ 108 ସୂର୍ଯ୍ୟ ନମସ୍କାର
ଯୋଗ ଦିବସରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଭର୍ଚୁଆଲରେ 108 ସୂର୍ଯ୍ୟ ନମସ୍କାର

By

Published : Jun 21, 2020, 11:08 AM IST

Updated : Jun 21, 2020, 11:34 AM IST

ଗାନ୍ଧୀନଗର: ବିଶ୍ବବ୍ୟାପୀ ପାଳିତ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସମସ୍ତେ ଘରେ ରହି ଯୋଗାଭ୍ୟାସ କରିଛନ୍ତି । ତେବେ କୋରୋନା ମହାମାରୀ ପାଇଁ ଚଳିତ ବର୍ଷ ଭର୍ଚୁଆଲରେ ହୋଇଛି ଯୋଗ ଦିବସ ପାଳନ।

ସୂଚନା ଥାଉକି, ଗୁଜୁରାଟ ଭଦୋଦରା ଯୋଗ ନିକେତନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜନ କରାଯାଇଛି। ଯେଉଁଥିରେ 15 ଟି ଦେଶର ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି। ଯେଉଁମାନେ କୋଭିଡ୍ 19 ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ 108 ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରି ସମ୍ମାନ ଜଣାଇଛନ୍ତି।

ଯୋଗ ଦିବସରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଭର୍ଚୁଆଲରେ 108 ସୂର୍ଯ୍ୟ ନମସ୍କାର

“ଆମେ କୋଭିଡ୍ 19 ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କୃତଜ୍ଞତା ଜଣାଉଛୁ, ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ମହାମାରୀ ପରେ ମଧ୍ୟ ଚଳିତ ବର୍ଷ ଆମେ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜନ କରିଛୁ ବୋଲି ଯୋଗ ଶିକ୍ଷକ ପ୍ରବୀଣ କହିଛନ୍ତି।

ପ୍ରତିବର୍ଷ ଜୁନ୍ 21 ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ତେବେ ଚଳିତ ବର୍ଷ ଏହାର ଷଷ୍ଠ ସଂସ୍କରଣ ପାଳନ କରାଯାଉଛି। ସେପ୍ଟେମ୍ବର 27, 2014 ରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରସ୍ତାବିତ ହୋଇଥିଲା।

Last Updated : Jun 21, 2020, 11:34 AM IST

ABOUT THE AUTHOR

...view details