ଗାନ୍ଧୀନଗର: ସମ୍ପର୍କ ପଛ କର୍ତ୍ତବ୍ୟ ଆଗ । ଯାହାକୁ ପ୍ରମାଣିତ କରିଛନ୍ତି ଗୁଜୁରାଟର ଜଣେ ପୋଲିସ କର୍ମଚାରୀ। ଦେଶ କୋରୋନା ମହାଯୁଦ୍ଧ ଲଢୁଥିବା ବେଳେ ପୋଲିସ କର୍ମଚାରୀ ଜଣଙ୍କ ନିଜ ଭଉଣୀର ଶେଷକୃତ୍ତ୍ୟ ସମ୍ପନ୍ନ ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯାହାକି ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛି।
ଆମ୍ବାଲାଲା ମୋରାଜୀ ଭାଇ ନିଜ ଭଉଣୀ ମୃତ୍ୟୁର ମାତ୍ର କିଛି ସମୟରେ କାର୍ଯ୍ୟରେ ଯୋଗ ଦୋବକୁ ପହଞ୍ଚିଥିଲେ। ପୋଲିସ କର୍ମଚାରୀ ଜଣକ କୋରୋନା ଲକଡାଉନ ସମୟରେ ଅବିରତ ଭାବେ କାର୍ଯ୍ୟ କରି ସମସ୍ତଙ୍କୁ ନିୟମ ପାଳନ କରିବାକୁ ପ୍ରେରିତ କରିଛନ୍ତି।