ଅମରାବତୀ: ଦେଶର ବିଭିନ୍ନ ଭାଗରେ ଉପଲବ୍ଧ ହେଉଥିବା ଖାଦ୍ୟପେୟ ଉପରେ ରୁଚି ରଖିଥାନ୍ତି ଅନେକ। ଖାଦ୍ୟକୁ ସୁ-ସ୍ବାଦୁ କରିବାପାଇଁ କିଏ କେତେ ପ୍ରକାରର ଉପାୟ ଆପଣାଇଥାଏ। ସକାଳର ଜଳଖିଆ ଭିତରୁ ସାଧାରଣତଃ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ବରାକୁ ବେଶ ପସନ୍ଦ କରିଥାନ୍ତି। ଆଉ ଆମେ ଜାଣିଛେ ବିରି ବ୍ୟତିତ ଡାଲିରେ ମଧ୍ୟ ପ୍ରସ୍ତୁତ ହୋଇଥାଏ। ସେହିପରି ଆନ୍ଧ୍ରପ୍ରଦେଶର ପେରୁମାଲ୍ଲାପୁରମରେ ମିଳୁଥିବା ବରା ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ବେଶ ପ୍ରସିଦ୍ଧ ।
ଏହି ବରାର ନାଁ ରହିଛି 'ବଟ ବରା'। ଏହା ପ୍ରସ୍ତୁତ ହେବା ପରେ ଗୁଡ ରସରେ କିଛି ସମୟ ପାଇଁ ଭିଜେଇ ରଖାଯାଏ। ଏହା ପରେ ବରାର ସ୍ବାଦ ଦ୍ବିଗଣିତ ହୋଇଥାଏ। ସ୍ଥାନୀୟ ଭାଷାରେ ଏହା 'ବେଲମ ଗେରଲୁ' ନାଁରେ ପ୍ରସିଦ୍ଧ । ଏହାର ଇତିହାସ ବହୁ ପୁରୁଣା । ଦୀର୍ଘ 70 ବର୍ଷ ପୂର୍ବେ ଏହି ବରାକୁ ପେରୁରୀ ଅପାୟାମ୍ମା ଦମ୍ପତ୍ତି 1940 ମସିହାରେ ଆରମ୍ଭ କରିଥିଲେ।