ଓଡିଶା

odisha

ETV Bharat / bharat

ବିଦେଶ ତୁଳନାରେ ଭାରତରେ ଶସ୍ତା ହେବ ଭ୍ୟାକ୍ସିନ, ସରକାର ଉଠାଇବେନି ସମସ୍ତଙ୍କ ଖର୍ଚ୍ଚ - ବ୍ୟାକ୍ସିନ ଦାମ

ସ୍ବାସ୍ଥ୍ୟାମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବିଦେଶ ତୁଳନାରେ ଭାରତରେ ଭ୍ୟାକ୍ସିନ କମ ଦାମ୍‌ରେ ମିଳିବ । ସରକାର କେବଳ ଆଗଧାଡିର କୋରୋନା ଯୋଦ୍ଧାଙ୍କ ଭ୍ୟାକ୍ସିନ ଖର୍ଚ୍ଚ ଉଠାଇବେ । ଅଧିକ ପଢନ୍ତୁ...

ବିଦେଶ ତୁଳନାରେ ଭାରତରେ ସସ୍ତା ହେବ ଭ୍ୟାକ୍ସିନ, ସରକାର ଉଠାଇବେନି ସମସ୍ତଙ୍କ ଖର୍ଚ୍ଚ
ବିଦେଶ ତୁଳନାରେ ଭାରତରେ ସସ୍ତା ହେବ ଭ୍ୟାକ୍ସିନ, ସରକାର ଉଠାଇବେନି ସମସ୍ତଙ୍କ ଖର୍ଚ୍ଚ

By

Published : Dec 4, 2020, 4:46 PM IST

ନୂଆଦିଲ୍ଲୀ: ମହାମାରୀ ସଙ୍କଟ ମଧ୍ୟରେ ଭ୍ୟାକ୍ସିନ ପ୍ରତୀକ୍ଷାରେ ଦେଶବାସୀ । ଭାରତ ବାୟୋଟେକ ଓ ଜାୟଡସ କ୍ୟାଡିଲା ସମେତ ଦେଶରେ ମୋଟ 6ଟି କୋରୋନା ଭ୍ୟାକ୍ସିନର ଜାରି ରହିଛି କ୍ଲିନିକାଲ ଟ୍ରାଏଲ । ତେବେ ଆସନ୍ତା ବର୍ଷ ଆରମ୍ଭରେ ଏଥି ମଧ୍ୟରୁ କୌଣସି ଗୋଟିଏ ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିବା ନେଇ ରହିଛି ଆଶା ।

ନିକଟରେ 3ଟି ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରି ଟୀକାର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ଖବର ସାମ୍ନାକୁ ଆସିଛି ଯେ ଗୁରୁତର ରୋଗୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କ ଭ୍ୟାକ୍ସିନ ଖର୍ଚ୍ଚ ଉଠାଇବେ ସରକାର । ପ୍ରଥମ ପର୍ଯ୍ୟାୟରେ ଏକ କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଭ୍ୟାକ୍ସିନ ମିଳିବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ସ୍ବାସ୍ଥ୍ୟାମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଦେଶ ତୁଳନାରେ ଭାରତରେ ଭ୍ୟାକ୍ସିନ କମ ଦାମ୍‌ରେ ମିଳିବ । ସରକାର କେବଳ ଆଗ ଧାଡିର କୋରୋନା ଯୋଦ୍ଧାଙ୍କ ଭ୍ୟାକ୍ସିନ ଖର୍ଚ୍ଚ ଉଠାଇବେ । ଏହାସହ ଯେଉଁମାନଙ୍କ ସ୍ଥିତି ଗୁରୁତର ରହିଥିବ ସେମାନଙ୍କ ପାଇଁ ଭ୍ୟାକ୍ସିନ ଫ୍ରିରେ ମିଳିବ ।

ସେପଟେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦେଶର ବୈଜ୍ଞାନିକମାନେ ଟୀକା ପ୍ରସ୍ତୁତ କରିବାରେ ସଫଳ ହେବେ । ଏହା ଅଧିକ ଦିନ ଲାଗିବ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶେଷଜ୍ଞଙ୍କ ମଞ୍ଜୁରୀ ପରେ ଭାରତରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ABOUT THE AUTHOR

...view details