ଓଡିଶା

odisha

ETV Bharat / bharat

କୋଭିଡ ଟୀକାକରଣ ପୂର୍ବରୁ ଜାଣି ରଖନ୍ତୁ କ'ଣ ଏହି ଡ୍ରାଏ୍ ରନ୍ - Vaccine Dry Run Trial

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଡିସେମ୍ବର 28 ଏବଂ 29 ରେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଆସାମ ଏବଂ ପଞ୍ଜାବରେ ବହୁ ପ୍ରତୀକ୍ଷିତ କୋଭିଡ୍ ଡ୍ରାଏ୍ ରନ୍ ଶେଷ କରିସାରିଛି । ଅଧିକ ପଢନ୍ତୁ...

Vaccine Dry Run
କୋଭିଡ ଟୀକାକରଣ ପୂର୍ବରୁ ଜାଣି ରଖନ୍ତୁ କ'ଣ ଏହି ଡ୍ରାଏ୍ ରନ୍

By

Published : Jan 3, 2021, 4:52 PM IST

ହାଇଦ୍ରାବାଦ: ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଡିସେମ୍ବର 28 ଏବଂ 29 ରେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଆସାମ ଏବଂ ପଞ୍ଜାବରେ ବହୁ ପ୍ରତୀକ୍ଷିତ କୋଭିଡ୍ ଡ୍ରାଏ୍ ରନ୍ ଶେଷ କରିସାରିଛି। 2 ଜାନୁଆରୀ 2021 ରେ ଡ୍ରାଏ୍ ରନ୍ ଚାଲିବା ପାଇଁ MoHFW ର ନିର୍ଦ୍ଦେଶାବଳୀ ଅନୁଯାୟୀ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସକାଳ 9 ଟାରୁ 11 ଟା ମଧ୍ୟରେ କୋଭିଡ-19 ଟୀକାକରଣର ପରୀକ୍ଷାମୂଳକ ପରୀକ୍ଷଣ ଅନୁଷ୍ଠିତ ହୋଇଛି।

କ'ଣ ଏହି ଟିକା ଡ୍ରାଏ୍ ରନ୍ ?

ଡ୍ରାଏ୍ ରନ୍ ହେଉଛି ଏକ ପରୀକ୍ଷଣ ପ୍ରକ୍ରିୟା, ଯେଉଁଠାରେ ଆଗକୁ ସମ୍ଭାବ୍ୟ ବିଫଳତାର ପ୍ରଭାବକୁ ହ୍ରାସ କରିଥାଏ । ଉଦାହରଣ ସ୍ବରୂପ, ଯେତେବେଳେ ଟିଭି ଚ୍ୟାନେଲ ଗୁଡିକ ଲଞ୍ଚ ହୁଏ ସେମାନେ ତୁରନ୍ତ ଜନସାଧାରଣଙ୍କ ନିକଟରେ ପ୍ରସାରଣ ଆରମ୍ଭ କରନ୍ତି ନାହିଁ । ଟିଭି ଚ୍ୟାନେଲ ଗୁଡିକ ପ୍ରଥମେ ଦର୍ଶକଙ୍କ ଘରେ ସେମାନଙ୍କ ବିଷୟବସ୍ତୁକୁ ଆଲୋକିତ କରିବା ପୂର୍ବରୁ ଡ୍ରାଏ ରନ୍ କରିଥାନ୍ତି, ପରୀକ୍ଷାମୂଳକ ଭାବେ ପ୍ରସାରଣ କରିଥାନ୍ତି ।

ଟିକା ଡ୍ରାଏ୍ ରନର ଉଦ୍ଦେଶ୍ୟ ?

ଟିକା ଡ୍ରାଏ୍ ରନ୍ ଚାଲିବାର ଉଦ୍ଦେଶ୍ୟ ହେଉଛି Co-WIN ଆପ୍ଲିକେସନ ବ୍ୟବହାରରେ କାର୍ଯ୍ୟକ୍ଷମ ସମ୍ଭାବ୍ୟତାକୁ ଆକଳନ କରିବା । ଯୋଜନା ଏବଂ କାର୍ଯ୍ୟାନ୍ବୟନ ମଧ୍ୟରେ ପରୀକ୍ଷଣ କରିବା ଏବଂ ପ୍ରକୃତ କାର୍ଯ୍ୟକାରିତା ପୂର୍ବରୁ ଚ୍ୟାଲେଞ୍ଜ ଏବଂ ମାର୍ଗଦର୍ଶନ ଚିହ୍ନଟ କରିବା । ଏହାମଧ୍ୟ ବିଭିନ୍ନ ସ୍ତରରେ ଥିବା ପ୍ରୋଗ୍ରାମ ମ୍ୟାନେଜରଙ୍କ ଆତ୍ମବିଶ୍ବାସ ବଢାଇବ ବୋଲି ଆଶା କରାଯାଉଛି ।

ଡ୍ରାଏ୍ ରନ୍ କରିବାର ଉପାୟ ?

1. ଜଣେ ମେଡିକାଲ୍ ଅଫିସର 25 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରିବେ, ଯେଉଁମାନଙ୍କୁ ଟୀକାକରଣ କରାଯିବ ।

2. ଏହାପରେ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଏକ ମେସେଜ୍ ପଠାଯିବ । ଏହି ମେସେଜରେ ଟିକାର ନାମ ଓ ଟୀକାକରଣର ସମୟ ଉଲ୍ଲେଖ ରହିବ ।

3. ଟୀକାକରଣ ପରେ ସେମାନଙ୍କୁ 30 ମିନିଟ ନୀରିକ୍ଷଣରେ ରଖାଯିବ ।

4. ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଷ୍ଟେଟ୍ ଟାସ୍କ ଫୋର୍ସ ବା ଏସଟିଏଫକୁ ପଠାଯିବ । ଏହାପରେ ସେମାନେ ଫିଡବ୍ୟାକ ହେବେ ଓ MoHFWକୁ ରିପୋର୍ଟ ଦାଖଲ କରିବେ ।

ଟୀକାକରଣ ପାଇଁ ଚିହ୍ନଟ ହୋଇଥିବା ବିଭିନ୍ନ ରାଜ୍ୟର ସ୍ଥାନ-

ଟୀକାକରଣ ପାଇଁ ଚିହ୍ନଟ ହୋଇଥିବା ବିଭିନ୍ନ ରାଜ୍ୟର ସ୍ଥାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details