ଓଡିଶା

odisha

ଯୁବକଙ୍କ ମଧ୍ୟରେ ଉଦ୍ୟୋଗୀ ପ୍ରତିଭା ପ୍ରତିପୋଷଣ ପାଇଁ ଉପରାଷ୍ଟ୍ରପତିଙ୍କ ଆହ୍ବାନ

By

Published : Aug 27, 2020, 3:44 PM IST

ମହାତ୍ମା ଗାନ୍ଧୀ କଳ୍ପନା କରିଥିବା ଏକ ସଶକ୍ତ, ସ୍ବାଭିମାନୀ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବାକୁ ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି। ଅଧିକ ପଢନ୍ତୁ...

ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀ ପ୍ରତିଭା ପ୍ରତିପୋଷଣ ପାଇଁ ଉପରାଷ୍ଟ୍ରପତିଙ୍କ ଆହ୍ବାନ
ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀ ପ୍ରତିଭା ପ୍ରତିପୋଷଣ ପାଇଁ ଉପରାଷ୍ଟ୍ରପତିଙ୍କ ଆହ୍ବାନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦେଶର ଯୁବକଙ୍କ ମଧ୍ୟରେ ଉଦ୍ୟୋଗୀ ପ୍ରତିଭା ପ୍ରତିପୋଷଣ ନେଇ ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ସାମାଜିକ ଉନ୍ନତି ଏବଂ ଭୂଦାନ ଆନ୍ଦୋଳନରେ ଗାନ୍ଧୀଜୀଙ୍କର ଦାର୍ଶନିକ ଚିନ୍ତାଧାରାର ପ୍ରସାରରେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଅବଦାନ ଉପରେ ଏକ ୱେବିନିନାରକୁ ସମ୍ବୋଧିତ କରିବାବେଳେ ନାଇଡୁ ଏହା କହିଛନ୍ତି।

ନାଇଡୁ କହିଛନ୍ତି ଯେ ଆମକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ଉଦ୍ୟୋଗୀ ପ୍ରତିଭା ଓ ବୈଷୟିକ କୌଶଳ ଉପରେ ଦୃଷ୍ଟି ରଖିବା, ଆତ୍ମନିର୍ଭରଶୀଳ ହେବା ତଥା ମାନବିକତାର ସେବା କରିବା ପାଇଁ ସ୍ଥାନୀୟ ସମ୍ବଳକୁ ବ୍ୟବହାର କରିବା ଆବଶ୍ୟକ।

ମହାତ୍ମା ଗାନ୍ଧୀ କଳ୍ପନା କରିଥିବା ଏକ ସଶକ୍ତ, ସ୍ବାଭିମାନୀ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବାକୁ ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି। ସେ କହିଛନ୍ତି, ଆତ୍ମନିର୍ଭର ଭାରତର ଅର୍ଥ ଜାତୀୟତାବାଦୀ ତଥା ସଂରକ୍ଷଣବାଦୀ ହେବା ନୁହେଁ ବରଂ ବିଶ୍ବ କଲ୍ୟାଣରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ହେବା ଉଚିତ ।

ABOUT THE AUTHOR

...view details