ହାଇଦ୍ରାବାଦ: ଏମୋରି ଗ୍ଲୋବାଲ ହେଲଥ ଇନଷ୍ଟିଚ୍ୟୁଟରେ ଆୟୋଜିତ କୋଭିଡ-19 ଶିଶୁଙ୍କ ପାଇଁ ଇ-ବୁକ ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ସମ୍ମାନୀତ ହୋଇଛନ୍ତି ୟୁଭିଏ ହେଲଥର ଦୁଇ ଜଣ ଚିକିତ୍ସକ । ରିପୋର୍ଟ ମୁତାବକ ଏହି ଦୁଇ ଚିକିତ୍ସକ ଏବୋନି ଜେଡ ହିଲଟନ ଓ ଲୈ-ଆନ ୱେବ ଶିଶୁମାନଙ୍କ ପାଇଁ ଏକ ଏଭଳି ବୁକ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ସମାଜରେ କୋଭିଡ-19 ଦ୍ବାରା ଅନୁପଯୁକ୍ତଭାବେ ବର୍ଣ୍ଣଗତ ଭେଦଭାବକୁ ସ୍ପଷ୍ଟ କରାଯାଇଛି ।
ଇ-ବୁକଟିର ଶୀର୍ଷକ ରହିଛି ‘ଆମେ ଖୁବ ଶୀଘ୍ର ସୁସ୍ଥ ହେବାକୁ ଯାଉଛେ’ । ତେବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା 256 ଦେଶ ମଧ୍ୟରେ ଶ୍ରେଷ୍ଠ 5ରେ ଏହି ଇ-ବୁକ ସ୍ଥାନ ପାଇଛି । ହିଲଟନ ଓ ୱେବ ମିଳିତ ଭାବେ ଚିତ୍ରକର ଆଶଲୈ କୋରିନ ୱେବଙ୍କ ସହାୟତାରେ ଜଣେ ଆଫ୍ରିକାନ-ଆମେରିକୀୟ ଶିଶୁ ପାର୍କରର କାହାଣୀ ଦର୍ଶାଇଛନ୍ତି । ପାର୍କର କିପରି କୋରୋନା ସମ୍ପର୍କରେ ନିଜ ପିତାମାତାଙ୍କଠାରୁ ଜାଣିବାକୁ ପାଏ ଓ ଏହା କିପରି ତାର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ତାହା ଏହି ଇ-ବୁକରେ ସ୍ପଷ୍ଟ କରାଯାଇଛି ।
ତେବେ ଏହି ଇ-ବୁକ ନା ଯେ କେବଳ ଏକ ଗାଇଡ ପରି କାମ କରିବ ବରଂ ଏହା ପିଲାମାନଙ୍କୁ ବର୍ତ୍ତମାନ ସମୟ ସହ କିପରି ଖାପଖୁଆଇବାକୁ ହେବ ତାହା ଦର୍ଶାଇଛି । ଏନେଇ ହିଲଟନ କହିଛନ୍ତି କି ଭୟର ସବୁଠାରୁ ବଡ ଶତୃ ତଥ୍ୟ ବୋଲି ଜାଣିବା ପରେ ଏହି ଇ-ବୁକ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତେଣୁ ଏହି ପୁସ୍ତକର ମୂଳ ଲକ୍ଷ୍ୟ ହେଉଛି ସମାଜକୁ ସଠିକ୍ ତଥ୍ୟ ଦେବା ସହ ସମାଜକୁ କୋରୋନା ବିରୋଧରେ ସଶକ୍ତ କରିବା । ଏଥିସହ ଏହି ପୁସ୍ତକ ଜରିଆରେ ପିଲାମାନେ ନିଜର ପ୍ରତିକ୍ରିୟା ରଖିବା ପାଇଁ ମଧ୍ୟ ଆଗକୁ ଏକ ଆଡିସନର ଯୋଜନା ରହିଛି । ଦୁର୍ଭାଗ୍ୟବଶତଃ ଏହା ମାନିବାକୁ ହେବ କି କିଛି ଶିଶୁ ନିଜ ଅଭିଭାବକ କିମ୍ବା ଭାଇ ଭଉଣୀଙ୍କୁ ଏହି ମହମାରୀରେ ହରାଇବେ । ତଥାପି ପିଲାମାନେ ନିଜ ଭିତରର ଭାବନାକୁ କିପରି ପ୍ରକାଶ କରିପାରିବେ ସେନେଇ ଆମ ଚେଷ୍ଟା ରହିଛି । ଏହି ଚେଷ୍ଟା ପିଲାମାନଙ୍କୁ ମହାମାରୀର ଦୁଃଖ ଓ ଯନ୍ତ୍ରଣାରୁ ବାହାର କରିବ ବୋଲି ଆଶା ପ୍ରକାଶ କରିଛନ୍ତି ହିଲଟନ ଓ ୱେବ ।