ଓଡିଶା

odisha

ETV Bharat / bharat

ମହାକୁମ୍ଭ ମେଳା ୨୦୨୧, ବୈଠକରେ ଅଧ୍ୟକ୍ଷତା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - uttrakhand cm chairs kumbh mela meeting

ମହାମାରୀ ଭିତରେ ମହାକୁମ୍ଭ ମେଳା ନେଇ ବୈଠକ। ରାଜ୍ୟ ସଚିବାଳୟରେ ଏହି ବୈଠକର ଆୟୋଜନ କରାଯାଇଥିବା ବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଶନିବାର ଅଧ୍ୟକ୍ଷତା କରିଥିଲେ।

ମହାକୁମ୍ଭ ମେଳା ୨୦୨୧, ବୈଠକରେ ଅଧ୍ୟକ୍ଷତା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ମହାକୁମ୍ଭ ମେଳା ୨୦୨୧, ବୈଠକରେ ଅଧ୍ୟକ୍ଷତା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

By

Published : Aug 30, 2020, 6:50 AM IST

ଡେରାଡୁନ: ମହାମାରୀ ଭିତରେ ମହାକୁମ୍ଭ ମେଳା ନେଇ ବୈଠକ। ଆସନ୍ତା ବର୍ଷ 2021 ମହାକୁମ୍ଭ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଚିବାଳୟରେ ଏହି ବୈଠକର ଆୟୋଜନ କରାଯାଇଥିବା ବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଶନିବାର ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାକୁମ୍ଭ ମେଳା କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ଏବଂ ସମସ୍ତଙ୍କ ଆଶୀର୍ବାଦ ସହିତ ଏକ ବଡ଼ ସଫଳତା ଲାଭ କରିବ। ଏହି ବୈଠକରେ ବିଭିନ୍ନ 'ଆଖଡା'ର ସଦସ୍ୟମାନେ ଯୋଗ ଦେଇଥିଲେ। ଏମାନଙ୍କ ସହ କ୍ୟାବିନେଟ ମନ୍ତ୍ରୀ ମଦନ କୌଶିକ, ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ।

ରାୱତ ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ଡିସେମ୍ବର 15 ସୁଦ୍ଧା ସମସ୍ତ ସ୍ଥାୟୀ ଏବଂ ଅସ୍ଥାୟୀ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ମଧ୍ୟ 'ଚାରିଧାମ ଯାତ୍ରା' ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଏହି ସମୟରେ ବୈଠକ ସମୟରେ ଅଖିଳ ଭାରତୀୟ ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଜୀ ମହାରାଜଙ୍କ ସ୍ୱାସ୍ଥ୍ୟରେ କିଛି ଜଟିଳତା ଦେଖାଦେଇଥିଲା ଏବଂ ପରେ ତାଙ୍କୁ ଆମ୍ବୁଲାନ୍ସରେ ଇନ୍ଦ୍ରେଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ABOUT THE AUTHOR

...view details