ଓଡିଶା

odisha

By

Published : Jan 23, 2020, 3:17 PM IST

ETV Bharat / bharat

ଟ୍ରକକୁ ପିଟିଲା ଜିପ; 2 ମୃତ, 6 ଆହତ

ଉତ୍ତରପ୍ରଦେଶର ବାନ୍ଦାରେ ସଡକ ଦୁର୍ଘଟଣାରେ 2 ମୃତ 6 ଆହତ । ବୁଧବାର ଦିନ ଜିପ ଓ ଟ୍ରକ ସହିତ ଦୁର୍ଘଟଣା ଘଟିଛି ।

utterpradesh-jeep-ramps-truck-2-death-6-injured
ଉତ୍ତରପ୍ରଦେଶରେ ଟ୍ରକକୁ ପିଟିଲା ଜିପ ,2 ମୃତ 6 ଆହତ

ବାନ୍ଦା: ଉତ୍ତରପ୍ରଦେଶର ଚିତ୍ରକୋଟ ଜିଲ୍ଲାର ବାନ୍ଦାରେ ସଡକ ଦୁର୍ଘଟଣା । ଠିଆ ହୋଇଥିବା ଟ୍ରକକୁ ଆସି ପିଟିଲା ଜିପ । ଘଟଣାସ୍ଥଳରେ 2 ମୃତ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି ।

ଅତିରିକ୍ତ ଏସପି ବଲବନ୍ତ ଚୌଧୁରୀ କହିଛନ୍ତି, ନିକଟସ୍ଥ ମେଡିକାଲରେ ଆଠ ଜଣ ଲୋକଙ୍କୁ ନିଆଯାଇଛି । ଯେଉଁଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଦୁଇଜଣ ହେଉଛନ୍ତି ସନ୍ତୋଷ (40) ଓ ହରି (55) ପରିଚୟ ପତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ଅତିରିକ୍ତ ଏସପି କହିଛନ୍ତି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ହୋଇଥିବାବେଳେ ଆହ୍ଲାବାଦ ରାସ୍ତାରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ABOUT THE AUTHOR

...view details