ଓଡିଶା

odisha

By

Published : Jun 29, 2019, 2:12 PM IST

ETV Bharat / bharat

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗୃହ ନିର୍ମାଣରେ ଦେଶରେ ୟୁପି ପ୍ରଥମ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବାଧିକ ଗୃହ ନିର୍ମାଣ କରିବାରେ ଉତ୍ତରପ୍ରଦେଶ ଦେଶରେ ପ୍ରଥମ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବାଧିକ ଗୃହ ନିର୍ମାଣ କରିବାରେ ଉତ୍ତରପ୍ରଦେଶ ପ୍ରଥମ ହୋଇଛି । ଏହିକ୍ରମରେ ଗତବର୍ଷ ପ୍ରଥମ ସ୍ଥାନ ହାସଲ କରିଥିବା ଆନ୍ଧ୍ରପ୍ରଦେଶକୁ ପଛରେ ପକାଇଛି । ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି ।

2018-19 ବର୍ଷରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମୁଦାୟ 25, 86, 225ଟି ଗୃହ ନିର୍ମାଣ କରାଯାଇଛି । ଏଥିରେ ଉପଭୋକ୍ତାଙ୍କୁ ବେନିଫିସିଆରୀ ଲିଡ ହାଉସିଙ୍ଗ(ବିଏଲଏଚ) ଓ ଆଫଡେବୁଲ ହାଉସିଂ ଇନ ପାର୍ଟନରସିପ(ଏଏଚ୍‌ପି) ମାଧ୍ୟମରେ ଗୃହ ଯୋଗାଇ ଦିଆଯାଇଛି । ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ଏସୟୁଡିଏ)ର ତ୍ବରାନ୍ବିତ ପଦକ୍ଷେପ ପାଇଁ ରାଜ୍ୟ ଏହି ସଫଳତା ପାଇଥିବା କୁହାଯାଇଛି ।

ବିଏଲଏଚ ଅଧିନରେ ଭୂମି ଥିବା ଲୋକ ନିଜର ଗୃହ ନିର୍ମାଣ ତଥା ଅଧା ନିର୍ମିତ ଗୃହକୁ ପୁରା କରିବାକୁ 1.5 ଲକ୍ଷ ଟଙ୍କାର ସବସିଡି ଦାବି କରିପାରିବେ । ଏହି ପଦକ୍ଷେପ ଉପଭୋକ୍ତାଙ୍କ ଦ୍ବାରା ବହୁଳ ଆଦୃତ ହୋଇଛି । ସେହିଭଳି ଏଏଚ୍‌ପି ସରକାର-ଘରୋଇ ସହଭାଗିତାରେ କରାଯାଉଛି । ଏଥିରେ ଆର୍ଥିକ ଦୁର୍ବଳ ବର୍ଗ ପାଇଁ 35 ପ୍ରତିଶତ ସଂରକ୍ଷଣ ରଖାଯାଇଛି ।

ABOUT THE AUTHOR

...view details