ଲକ୍ଷ୍ନୌ: ଗୋ-ସମ୍ପଦ ସୁରକ୍ଷାକୁ ଯୋଗୀ ସରକାରଙ୍କ ପ୍ରାଧାନ୍ୟ । ଉତ୍ତରପ୍ରଦେଶରେ ଏହାକୁ କରାଯାଉଛି କଡାକଡି ପାଳନ । ସୁରକ୍ଷାରେ ଢିଲାଦେଲେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଏପରି ଦେଖିବାକୁ ମିଳିଛି ମହାରାଜଗଞ୍ଜ ଜିଲ୍ଲାରେ ।
ଗୋ-ସମ୍ପଦ ସୁରକ୍ଷାରେ ଢିଲା ଦେବା ଦର୍ଶାଇ ମହାରାଜଗଞ୍ଜ ଜିଲ୍ଲାପାଳଙ୍କ ସମେତ 5 ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲାପାଳଙ୍କ ସମେତ ଅଧିକାରୀଙ୍କୁ ନିଲମ୍ବନ କରିଥିବା ସୋମବାର ମୁଖ୍ୟଶାସନ ସଚିବ ଆରକେ ତିୱାରୀ ସୂଚନା ଦେଇଛନ୍ତି ।