ଡେରାଡୁନ୍: ନୂଆ ମୋଟରଯାନ ଆଇନକୁ ନେଇ ଲୋକେ ଚିନ୍ତିତ ହୋଇ ପଡିଥିବା ବେଳେ, ଏବେ ସେମାନଙ୍କୁ ଆଶ୍ବସ୍ତି କଲା ଭଳି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ଏହି ଆଇନକୁ ଉଲ୍ଲଂଘନ କଲେ ଯେଉଁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡୁଥିଲା, ତାହାକୁ କୋହଳ କରିଛନ୍ତି ଉତ୍ତରାଖଣ୍ଡ ସରକାର।
ଲୋକଙ୍କୁ ମିଳିବ ଆଶ୍ୱସ୍ତି, ଉତ୍ତରାଖଣ୍ଡରେ ନୂତନ ମୋଟର ଯାନ କୋହଳ - ଉତ୍ତରାଖଣ୍ଡରେ କୋହଳ ହେଲା ନୂଆ ମୋଟର ଯାନ ଜୋରିମାନା
ନୂଆ ମୋଟର ଯାନ ଆଇନକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଏବେ ସେମାନଙ୍କୁ ଆଶ୍ବସ୍ତି କରିବା ଭଳି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ନୂଆ ନିୟମରେ ଲଗାଯାଇଥିବା ଜୋରିମାନାକୁ କୋହଳ କରିବାକୁ ଯାଇ ଗତ ବୁଧବାର ଉତ୍ତରାଖଣ୍ଡ ମନ୍ତ୍ରୀ ମଦନ କୌଶିକ ବିନା ଲାଇସେନ୍ସ ଡ୍ରାଇଭିଙ୍ଗ ପାଇଁ 5000 ବଦଳରେ 2500 ଜୋରିମାନା ଆଦାୟ କରାଯିବ ବୋଲି କହିଛନ୍ତି ।
ନୂଆ ମୋଟର ଯାନ ନିୟମରକୁ ଉଲ୍ଲଂଘନ କରିବା ଅଭିଯୋଗରେ ଆଦାୟ ହେଉଥିବା ଜୋରିମାନାକୁ କୋହଳ କରିବାକୁ ଯାଇ ବିନା ଲାଇସେନ୍ସ ଡ୍ରାଇଭିଙ୍ଗ ପାଇଁ 2500 ଟଙ୍କା ଜୋରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଉତ୍ତରାଖଣ୍ଡ ମନ୍ତ୍ରୀ ମଦନ କୌଶିକ । ତେବେ ପୂର୍ବରୁ ଏହାର ପରିମାଣ 5000 ଟଙ୍କା ଥିଲା।
ଏହା ସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଗାଡି ଚଲାଇବା ପାଇଁ ଯୋଗ୍ୟ ନୁହଁନ୍ତି ମାତ୍ର ସେମାନେ ଗାଡି ଚଲାଉଛନ୍ତି ସେମାନଙ୍କୁ 10000 ବଦଳରେ 5000 ଟଙ୍କା ଜୋରିମାନା ଦେବାକୁ ପଡିବ। ଏହା ଛଡା ଦ୍ରୁତ ଗତିରେ ଗାଡି ଚଳାଇବା ପାଇଁ ଦେବାକୁ ପଡୁଥିବା ଜୋରିମାନା ଉପରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ଉତ୍ତରାଖଣ୍ଡ ସରକାର।