ଓଡିଶା

odisha

By

Published : Aug 18, 2019, 4:35 PM IST

ETV Bharat / bharat

ଟିକଟକରେ ସଚେତନ କରିବ ଉତ୍ତରାଖଣ୍ଡ ପୋଲିସ

ଯୁବପୀଢିଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ନୂଆ ପ୍ରୟାସ । ଟିକଟକ ଭିଡିଓ ଆପରେ ଆକାଉଣ୍ଟ ଖୋଲିଲା ୟୁକେ ପୋଲିସ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଡେରାଡୁନ: ଯୁବପୀଢୀଙ୍କ ପାଇଁ ମନୋରଞ୍ଜନ ମାଧ୍ୟମ ପାଲଟିଛି ଟିକଟକ ଭିଡିଓ ଆପ । ଯାହାକୁ ନେଇ ଉତ୍ତରାଖଣ୍ଡ ପୋଲିସ ଏବେ ଟିକଟକ ମାଧ୍ୟମରେ ଯୁବପୀଢିଙ୍କୁ ସଚେତନ କରାଇବେ । ସେନେଇ ପୋଲିସ ପକ୍ଷରୁ ଟିକଟକ ଆକାଉଣ୍ଟ ଖୋଲାଯାଇଛି । ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାରଙ୍କ କହିବାନୂଯାୟୀ, କିଛି ଦିନ ପର୍ଯ୍ୟନ୍ତ ଏହା ଟ୍ରାଏଲ ବେସିସରେ ଚାଲିବ । ଏହାଭିତରେ ସଚେତନ ଓ ଶିକ୍ଷଣୀୟ ଧର୍ମୀ ଭିଡିଓ ତିଆରି କରାଯାଇ ଟିକଟକ ମାଧ୍ୟମରେ ଛଡାଯିବ ।

ଟିକଟକ ଭିଡିଓ ମାଧ୍ୟମରେ ପୋଲିସ ଯୁବକ ମାନଙ୍କୁ ନିଶା ମୁକ୍ତ କରିବା ସହ ରାସ୍ତାରେ ଗଲାବେଳ ନିୟମ କାନୁନ ବିଷୟରେ ଅବଗତ କରାଇବ ଏହାସହ ଅନ୍ୟ ଆଇନ କାନୁନ ବିଷୟରେ ମଧ୍ୟ ସଚେତନ କରାଇବ । ଆଜିପର୍ଯ୍ୟନ୍ତ ଫଟୋ, ପୋଷ୍ଟର, ଫେସବୁକ, ଟ୍ବିଟର ଜରିଆରେ ଯୁବପୀଢିଙ୍କୁ ସଚେତନ କରାଯାଉଥିବାବେଳେ ଏବେ ଟିକଟକ ମାଧ୍ୟମରେ ଏବେ ଏକ ନୂଆ ପ୍ରୟାସ ଆରମ୍ଭ କରାଯିବ ।

ତେବେ ଟିକଟକ ମାଧ୍ୟମରେ ୟୁକେ ପୋଲିସକୁ ଫଲୋ କରିବାପାଇଁ ଟିକଟକ ମୋବାଇଲ ଆପରେ @uttarakhandpolice ଲେଖନ୍ତୁ । ଏହାପରେ ଉତ୍ତରାଖଣ୍ଡ ପୋଲିସର ପେଜ ଖୋଲିବ । ଯାହାର ତଳେ ଏକ ଫଲୋ ବଟନ ଦେଖାଯିବ ଏହାକୁ ଫଲୋ କରନ୍ତୁ । ଏହାପରେ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ଯାହାବି ଭିଡିଓ ଅପଲୋଡ ହେବ ତାହା ଆପଣ ଦେଖିପାରିବେ ।

ABOUT THE AUTHOR

...view details