ଉତ୍ତରାଖଣ୍ଡ: ସମଗ୍ର ଦେଶରେ କୋଭିଡ୍-19 ମୁକାଵିଲା ଅପରେସନ୍ ଜୋରଦାର କରାଯାଉଛି। ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ଵାହାରେ ରହୁଥିବା ରାଜ୍ୟଵାସୀଙ୍କୁ ଫେରେଇ ଆଣିବାକୁ ନେଉଛନ୍ତି ଵିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ। ପ୍ରାପ୍ତ ସୂଚନା ଅନୁଯାୟୀ, ଅନ୍ୟ ରାଜ୍ୟରେ ଫସିଥିବା ପ୍ରଵାସୀଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ସୂଚନା ଦେଲେ ଉତ୍ତରାଖଣ୍ଡ ସରକାର । ବାହାରେ ଫସି ଥିବା 87000 ଲୋକ ଘରକୁ ଫେରିବା ପାଇଁ ସରକାରଙ୍କ ପାଖରେ ପଞ୍ଜିକରଣ କରିସାରିଲେଣି।
ଲୋକଙ୍କୁ ସୁରକ୍ଷିତ ଭାଵେ ଘରକୁ ଫେରାଇ ଆଣିଵା ପାଇଁ ଉଚ୍ଚ ଅଧିକାରୀଙ୍କୁ ନିର୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍। ସରକାର ଗତ ଶନିବାର ଠୁ ଅଲଗା ରାଜ୍ୟ ସହ ଫସି ଥିବା ଲୋକଙ୍କ ସୂଚନା ଓ ବିବରଣୀ ସମ୍ପର୍କିତ ଫର୍ମ ପୂରଣ କରିବା ଆରମ୍ଭ କରିଥିଲା।
ମୁଖ୍ୟମନ୍ତ୍ରୀଙ୍କ ଘରେ ଶୁକ୍ରବାର କରାଯାଇଥିବା ବୈଠକ ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ କି, ଅନ୍ୟ ରାଜ୍ୟ ରେ ଫସିଥିବା ଲୋକଙ୍କ ପାଇଁ ଭଲ ଯୋଜନା କରାଯାଇ ନିଜ ମାଟିକୁ ଫେରେଇ ଅଣାଯିଵ। ଏହି ଯୋଜନା ରେ ସାମାଜିକ ଦୂରତା,ମାସ୍କ,ସାନିଟାଇଜର୍ ଭଳି ସୁରକ୍ଷା କଵଚର ଯାଞ୍ଚ କଡାକଡି ହେବ।