ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି, ଫି ବୃଦ୍ଧି କରିପାରିବେନି ଘରୋଇ ସ୍କୁଲ - ଲକଡାଉନ

ସ୍କୁଲ ଫି ବୃଦ୍ଧି ନକରିବାକୁ ଘରୋଇ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ତେବେ ଏଭଳି ପରିସ୍ଥିତିରେ ଟ୍ୟୁସନ ଫି ବ୍ୟତୀତ ଅନ୍ୟ କୌଣସି ଫି ଆଦାୟ କରାଯିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି, ଫି ବୃଦ୍ଧି କରିପାରିବେନି ଘରୋଇ ସ୍କୁଲ
ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି, ଫି ବୃଦ୍ଧି କରିପାରିବେନି ଘରୋଇ ସ୍କୁଲ

By

Published : Jun 24, 2020, 4:45 PM IST

ଡେରାଡୁନ: ଚଳିତ ଶିକ୍ଷାବର୍ଷ 2020-21ରେ ଫି ବୃଦ୍ଧି ନକରିବାକୁ ଘରୋଇ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡର ସରକାର । ସାରାବିଶ୍ବରେ ଏବେ କୋରୋନା ଆତଙ୍କ । ଏନେଇ ଦୀର୍ଘ ତିନିମାସ ଧରି ଦେଶ ଲକଡାଉନ ସ୍ଥିତିରେ । ତେବେ ଏଭଳି ପରିସ୍ଥିତିରେ ଟ୍ୟୁସନ ଫି ବ୍ୟତୀତ ଅନ୍ୟ କୌଣସି ଫି ଆଦାୟ କରାଯିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଶିକ୍ଷା ସଚିବ ଆର ମୀନାକ୍ଷୀ ସୁନ୍ଦରମ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ଟ୍ୟୁସନ ଫି କେବଳ ସେହି ସ୍କୁଲ ନେଇପାରିବ, ଯେଉଁ ବିଦ୍ୟାଳୟ ଲକଡାଉନ ସମୟରେ ଅନଲାଇନ କ୍ଲାସ ଚଲାଉଥିଲେ ।

ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ପାଳନ କରି ରାଜ୍ୟ ସରକାର ଏହି ଆଦେଶ ଜାରି କରିଛନ୍ତି ଏବଂ ଏହା ସମସ୍ତ ଘରୋଇ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ହେବ । ଏହା ମଧ୍ୟ କୁହାଯାଇଛି ଯେ ଟ୍ୟୁସନ ଫି ଭରିବାରେ ବିଳମ୍ବ ହେଲେ ବି ଛାତ୍ରଛାତ୍ରୀଙ୍କ ନାମ ସ୍କୁଲରୁ କଟାଯାଇପାରିବ ନାହିଁ।

ଉଲ୍ଲେଖନୀୟ ଯେ, କୋରୋନା ଯୁଗରେ ଉତ୍ତରାଖଣ୍ଡ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଯେଉଁଠାରେ ପରୀକ୍ଷା କରାଯାଉଛି, ସେଠାରେ ସମସ୍ତ କେନ୍ଦ୍ରକୁ ପରିମଳ କରାଯିବା ସହ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ସାମାଜିକ ଦୂରତା ଅନୁଯାୟୀ ସିଟ୍ ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଉତ୍ତରାଖଣ୍ଡ ଶିକ୍ଷା ବିଭାଗ ପିଲାମାନଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେ ରାଜ୍ୟର ପ୍ରତ୍ୟେକ ବ୍ଲକରେ 2ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିଛନ୍ତି।

ABOUT THE AUTHOR

...view details