ଓଡିଶା

odisha

ETV Bharat / bharat

ହର କି ପୌରିରେ ଗଙ୍ଗାନଦୀ ନାଁ ପରିବର୍ତ୍ତନକୁ ନେଇ ପୁରୋହିତଙ୍କ ବିରୋଧ - ତୀର୍ଥ ପୁରୋହିତ

ହର କି ପୌରିରେ ଗଙ୍ଗା ନଦୀ ନାଁ ପରିବର୍ତ୍ତନକୁ ନେଇ ତେଜୁଛି ଅସନ୍ତୋଷ । ଦେବଧାରା ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ...

ହର କି ପୌରିରେ ଗଙ୍ଗା ନଦୀ ନାଁ ପରିବର୍ତ୍ତନକୁ ନେଇ ତୀର୍ଥ ପୁରୋହିତଙ୍କ ବିରୋଧ
ହର କି ପୌରିରେ ଗଙ୍ଗା ନଦୀ ନାଁ ପରିବର୍ତ୍ତନକୁ ନେଇ ତୀର୍ଥ ପୁରୋହିତଙ୍କ ବିରୋଧ

By

Published : Jul 26, 2020, 5:26 PM IST

ଡେରାଡୁନ: ଉତ୍ତରାଖଣ୍ଡର ହର କି ପୌରିରେ ଗଙ୍ଗା ନଦୀର ନାଁକୁ ଦେବଧାରାରେ ପରିବର୍ତ୍ତନ କରିବା ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ତୀର୍ଥ ପୁରୋହିତଙ୍କ ପକ୍ଷରୁ ବିରୋଧ କରିବା ଆରମ୍ଭ ହୋଇଯାଇଛି । ତୀର୍ଥ ପୁରୋହିତ ମହାସଭା ଚେତାବନୀ ଦେଇଛିଯେ, ଗଙ୍ଗା ନାଁରେ ଯଦି କିଛି ପରିବର୍ତ୍ତନ ଅଣାଯାଏ ତେବେ ରାଷ୍ଟ୍ରବ୍ୟାପି ଆନ୍ଦୋଳନ କରାଯିବ ।

ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀକାନ୍ତ ବରିଷ୍ଠ କହିଛନ୍ତି ଯେ, ଉତ୍ତରାଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାବତ ସରକାର ହର କି ପୌରିରେ ପ୍ରଭାବିତ ହେଉଥିବା ଗଙ୍ଗା ନଦୀର ନାଁ ବଦଳାଇ ସ୍କେପ ଚ୍ୟାନେଲ କରି ଶାସନାଦେଶ କରିଦେଇଥିଲେ । ଏହା ବିରୋଧରେ ଅଲ ଇଣ୍ଡିଆ ତୀର୍ଥ ପୁରୋହିତ ମହାସଭା ଏହି ଆଦେଶ ପ୍ରତ୍ୟାହାର କରିବାକୁ 2016 ମସିହାରେ ଏକ ପ୍ରସ୍ତାବ ପାରିତ କରିଛି।

ଏହି ଦାବି ପତ୍ର ସମ୍ପର୍କରେ ଏକ ପ୍ରତିନିଧୀ ଦଳ ମେ 2018 ରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତଙ୍କୁ ଭେଟିଥିଲେ। ଉକ୍ତ ଆଦେଶକୁ ଶୀଘ୍ର ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଶୁକ୍ରବାର କ୍ୟାବିନେଟ ମନ୍ତ୍ରୀ ମଦନ କୌଶିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ 2016ର ଶାସନାଦେଶ ପରିବର୍ତ୍ତନ କରାଯିବ, ହର କି ପୌରିରେ ପ୍ରଭାବିତ ହେଉଥିବା ମାତା ଗଙ୍ଗାଙ୍କ ନାଁ ଦେବଧାରାରେ ପରିବର୍ତ୍ତନ କରାଯିବ। କିନ୍ତୁ ତୀର୍ଥ ପୁରୋହିତ କହିଛନ୍ତି ଯେ, ମାତା ଗଙ୍ଗାଙ୍କ ନାଁ ଗଙ୍ଗା ରହିବାକୁ ଅନୁମତି ଦିଆଯାଉ। ଏଥିରେ ପରିବର୍ତ୍ତନ କରାଗଲେ ଆନ୍ଦୋଳନ ହେବ।

ABOUT THE AUTHOR

...view details