ଡ଼େରାଡୁନ: ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତଙ୍କର ଘଟିଛି ପରଲୋକ । ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ ପ୍ରକାଶ ।
ପରଲୋକରେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ
ତ୍ରିବେନ୍ଦ୍ର ସିଂହଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ପ୍ରକାଶ ପନ୍ତଙ୍କର ଆଜି ପରଲୋକ ଘଟିଛି । ଆମେରିକାର ଏକ ଘରୋଇ ହସ୍ପିଟାଲରେ ଫୁସଫୁସ ଜନିତ ରୋଗ ପାଇଁ ଚିକିତ୍ସା ହେଉଥିଲେ ପନ୍ତ ।
ଫାଇଲ ଫଟୋ
ଆମେରିକାର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ପନ୍ତଙ୍କୁ 58 ବର୍ଷ ବୟସ ହୋଇଥିଲା ।
ଫେବୃୟାରୀ ମାସରେ ପ୍ରକାଶ 2019-20 ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବେହୋସ ହୋଇପଡ଼ିଥିଲେ । ସୁସ୍ଥହେବା ପରେ ପୁଣିଥରେ ଉପସ୍ଥାପନା ଜାରି ରଖିଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଫୁସଫୁସ୍ ଜନିତ ରୋଗ ଯୋଗୁଁ ଅଧିକ ଗୁରୁତର ହୋଇପଡ଼ିଥିଲେ ପନ୍ତ ।