ଓଡିଶା

odisha

ETV Bharat / bharat

ପୁଣି ଭାରତ-ନେପାଳ ସୀମା ବିବାଦ, ଆଲୋଚନା କରିବେ ଉଭୟ ପକ୍ଷ - uttarakhand encroachment talks

କିଛି ଦିନ ପୂର୍ବରୁ ଭାରତ-ନେପାଳ ସୀମାର ମିସିଂ ପିଲର 811 ନିକଟରେ କୌଣସି ବ୍ୟକ୍ତିଙ୍କ ଅଧିଗ୍ରହଣ ନଥିବା ଜମିରେ କିଛି ନେପାଳ ନାଗରିକ ତାରବାଡ ପାଇଁ ସ୍ତମ୍ଭ ପୋତି ଦେଇଥିଲେ ।

ପୁଣି ଦେଖାଦେଲା ଭାରତ-ନେପାଳ ସୀମା ବିବାଦ
ପୁଣି ଦେଖାଦେଲା ଭାରତ-ନେପାଳ ସୀମା ବିବାଦ

By

Published : Jul 29, 2020, 2:07 PM IST

ଡେରାଡୁନ : ଭାରତ-ନେପାଳ ମଧ୍ୟରେ ପୁଣିଥରେ ଦେଖା ଦେଇଛି ସୀମା ବିବାଦ । ଉତ୍ତରାଖଣ୍ଡର ତାନକପୁର ସୀମା ଅଞ୍ଚଳରେ ନେପାଳ ନାଗରିକଙ୍କ ଦ୍ବାରା ତାରବାଡ ପାଇଁ ସ୍ତମ୍ଭ ପୋତି ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ତେବେ ଏହାର ସମାଧାନ ପାଇଁ ଭାରତ ଏବଂ ନେପାଳର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡିଛି । ଏହି ପ୍ରସଙ୍ଗରେ ଚମ୍ପୱାତ ଏବଂ ସୀମାନ୍ତ କାଞ୍ଚନପୁରର ଜିଲ୍ଲା ଅଧିକାରୀଙ୍କ ମଧ୍ୟରେ ଏହି ଆଲୋଚନା ହେବ ବୋଲି ପୋଲିସ ଅଧୀକ୍ଷକ ଲୋକେଶ୍ୱର ସିଂହ କହିଛନ୍ତି।

ନେପାଳର ସମ୍ପୃକ୍ତ ଅଧିକାରୀମାନେ ପରିସ୍ଥିତି ବିଷୟରେ ଅବଗତ ହୋଇସାରିଛନ୍ତି ଏବଂ ଉକ୍ତ ସ୍ଥାନରେ ସେମାନେ ବୁଲି ପରିସ୍ଥିତିର ସମୀକ୍ଷା କରିଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି , ନେପାଳର କାଞ୍ଚନପୁର ଜିଲ୍ଲାର ସମ୍ପୃକ୍ତ ଅଧିକାରୀଙ୍କ ସହ ଭାରତ-ନେପାଳ ବିବାଦୀୟ ସୀମା ସ୍ଥିତିକୁ ନେଇ ଆଲୋଚନା କରିଥିଲୁ। ଉଭୟ ଭାରତ ଏବଂ ନେପାଳର ଜିଲ୍ଲା ଅଧିକାରୀଙ୍କ ମଧ୍ୟରେ ଏନେଇ ଆଲୋଚନା ହେବ ବୋଲି ସିଂହ କହିଛନ୍ତି।

ଏହା ପୂର୍ବରୁ ବିବାଦୀୟ ସୀମା ନିକଟରେ ଭାରତୀୟ ଅଧିକାରୀମାନେ ନେପାଳ ଅଧିକାରୀଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳର ନାଗରିକମାନେ ସେଠାରେ ଅଧିକ ମାତ୍ରାରେ ଏକତ୍ରିତ ହୋଇ ଅଧିକାରୀମାନଙ୍କୁ ଦେଖି କ୍ରୋଧିତ ମନୋଭାବ ଦେଖାଇଥିବା ଜଣାପଡିଛି। ବିବାଦୀୟ ଜମି ନେପାଳର ଏକ ଅଂଶ ବୋଲି ଦାବି କରି ନେପାଳର ନାଗରିକମାନେ ମଧ୍ୟ ଭାରତ ବିରୋଧରେ ପ୍ରବଳ କ୍ରୋଧ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଭାରତ-ନେପାଳ ସୀମାର ମିସିଂ ପିଲର 811 ନିକଟରେ କୌଣସି ବ୍ୟକ୍ତିଙ୍କ ଅଧିଗ୍ରହଣ ନଥିବା ଜମିରେ କିଛି ନେପାଳ ନାଗରିକ ତାରବାଡ ପାଇଁ ସ୍ତମ୍ଭ ପୋତି ଦେଇଥିଲେ । ଏସସିବି ଏବଂ ନେପାଳର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ଅଟକାଇଥିଲେ। ତେବେ ସୀମା ଅଞ୍ଚଳରେ ନେପାଳ ନାଗରିକଙ୍କ କାର୍ଯ୍ୟକୁ ନେଇ ପୂର୍ବରୁ ଭାରତୀୟ ଅଧିକାରୀମାନେ ବୈଠକ କରିଥିଲେ। ବୈଠକ ପରେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ହେବ ବୋଲି ନେପାଳ କର୍ତ୍ତୃପକ୍ଷ ଭାରତକୁ ଆଶ୍ବାସନା ଦେଇଥିଲେ ।

ABOUT THE AUTHOR

...view details