ଡେରାଡୁନ: ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ କୋରୋନା ଆକ୍ରାନ୍ତ । ହୋମ କ୍ବାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ସମେତ ପୁରା କ୍ୟାବିନେଟ । ସତପାଲଙ୍କ ରିପୋର୍ଟ ଆସିବା ଗୋଟିଏ ଦିନ ପୂର୍ବରୁ ମନ୍ତ୍ରୀ କ୍ୟାବିନେଟ ବୈଠକରେ ସାମିଲ ହୋଇଥିଲେ ।
କ୍ବାରେଣ୍ଟାଇନରେ ଉତ୍ତରାଖଣ୍ଡ ସିଏମଙ୍କ ସମେତ ପୁରା କ୍ୟାବିନେଟ - କ୍ବାରେଣ୍ଟାଇନରେ ଉତ୍ତରାଖଣ୍ଡ ସିଏମ
ଉତ୍ତରାଖଣ୍ଡର ଜଣେ କ୍ୟାବିନେଟ ମନ୍ତ୍ରୀ କୋରୋନା ପଜିଟିଭ ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୁରା କ୍ୟାବିନେଟ ହୋମ କ୍ବାରେଣ୍ଟାଇନରେ । ଅଧିକ ପଢନ୍ତୁ...
କ୍ୟାବିନେଟ ମନ୍ତ୍ରୀ ସତପାଲଙ୍କ କୋରୋନା ପଜିଟିଭି ବାହାରି ପୂର୍ବରୁ ପତ୍ନୀ ତଥା ପୂର୍ବ ମନ୍ତ୍ରୀ ଅମୃତା ରାୱତ କୋରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରେ ସତପାଲଙ୍କ ଘରେ କାମ କରୁଥିବା ପାଖାପାଖି 17 ଜଣ ସଦସ୍ୟଙ୍କ ଠାରେ ମଧ୍ୟ କୋଭିଡ ପଜିଟିଭ ମିଳିଛି । ଗତ ଶନିବାର ଅମୃତା ରାୱତଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।
ଉତ୍ତରାଖଣ୍ଡରେ କୋରୋନା କୋପ ବଢିବାରେ ଲାଗିଛି । ଏବେ ସୁଦ୍ଧା ରାଜ୍ୟରେ 749 ସଂକ୍ରମିତ ମାମଲା ପହଞ୍ଚିଛି । ରବିବାର ପୁଣି 33 ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ ଆକ୍ରନ୍ତଙ୍କ ସଂଖ୍ୟା 1 ଲକ୍ଷ 90 ହଜାର 535ରେ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା 5 ହଜାର ପାର କରିଛି । ଏପରିକି ବିଶ୍ବରେ 10 ସର୍ବାଧିକ ସଂକ୍ରମିତ ଦେଶମାନଙ୍କ ମଧ୍ୟରେ ଦେଶ ଏବେ 7ମ ସ୍ଥାନର ପହଞ୍ଚିଛି ।