ଡେରାଡୁନ: କୋରୋନା ବ୍ୟାପିବାକୁ ରୋକିବା ପାଇଁ ଦେଶରେ ଲକଡାଉନ ଅବଧିକୁ ମେ 17 ଯାଏଁ ବୃଦ୍ଧି କରାଯାଇଛି । ଏହା ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରାଜ୍ୟର ସମସ୍ତ ବେସରକାରୀ ଡାକ୍ତରଙ୍କୁ ଲୋକଙ୍କ ପାଇଁ ଓପିଡି ସେବା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ।
ଓପିଡି ସେବା ଆରମ୍ଭ କରିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ - ଓପିଡି ସେବା
ଏହା ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରାଜ୍ୟର ସମସ୍ତ ବେସରକାରୀ ଡାକ୍ତରଙ୍କୁ ଲୋକଙ୍କ ପାଇଁ ଓପିଡି ସେବା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି।

ଓପିଡି ସେବା ଆରମ୍ଭ କରିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ରାୱତ କହିଛନ୍ତି ଯେ, ସେ ଆଇଏମଏ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଯେଉଁଥିରେ ଓପିଡି ସେବା ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିଲା। ଏହା ସତ୍ତ୍ବେ କିଛି ଡାକ୍ତର ଏପର୍ଯ୍ୟନ୍ତ ସେମାନଙ୍କର ଓପିଡି ସେବା ଆରମ୍ଭ କରିନାହାଁନ୍ତି ବୋଲି ସେ କହିଛନ୍ତି ।
ସମସ୍ତ ବେସରକାରୀ ଡାକ୍ତରଙ୍କୁ ଓପିଡି ଆରମ୍ଭ କରିବାକୁ ଏବଂ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।