ଓଡିଶା

odisha

ETV Bharat / bharat

ବିଭିନ୍ନ ଜିଲ୍ଲାକୁ ଆଇସିୟୁ ଓ ଭେଣ୍ଟିଲେଟର ଯୋଗାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - 73 ଆଇସିୟୁ ଦାନ

ଗତ ମଙ୍ଗଳବାର ଦିନ 73 ଟି ଆଇସିୟୁ, 46 ଭେଣ୍ଟିଲେଟର ଏବଂ 21 ବିପିଏପି ମେସିନକୁ ରାଜ୍ୟର ଆଠଟି ଜିଲ୍ଲା ଏବଂ ଡୁନ୍ ମେଡିକାଲ କଲେଜକୁ ଦାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସୁବିଧା ଏବଂ ଯନ୍ତ୍ରଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଦାନ କରିଛନ୍ତି।

t_icu donate
ବିଭିନ୍ନ ଜିଲ୍ଲାକୁ 73 ଟି ଆଇସିୟୁ ଓ 46 ଭେଣ୍ଟିଲେଟର ଯୋଗାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

By

Published : May 6, 2020, 4:22 PM IST

ଡେରାଡୁନ: 73 ଆଇସିୟୁ ଯୋଗାଇଲେ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ଗତ ମଙ୍ଗଳବାର ଦିନ 73 ଟି ଆଇସିୟୁ, 46 ଭେଣ୍ଟିଲେଟର ଏବଂ 21 ବିପିଏପି ମେସିନକୁ ରାଜ୍ୟର ଆଠଟି ଜିଲ୍ଲା ଏବଂ ଡୁନ୍ ମେଡିକାଲ କଲେଜକୁ ଯୋଗାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସୁବିଧା ଏବଂ ଯନ୍ତ୍ରଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଯୋଗାଇବା ନେଇ ସୂଚନା ଦେଇଛନ୍ତି ।

ତ୍ରିବେନ୍ଦ୍ର ସିଂ ରାୱତ ସୂଚନା ଦେଇଛନ୍ତି ଯେ, ଗତ 2017ରେ କେବଳ ତିନୋଟି ମେଡିକାଲ କଲେଜ, 62 ଆଇସିୟୁ, 37 ଭେଣ୍ଟିଲେଟର ଏବଂ ଚାରିଟି ବିପିଏପି ମେସିନ୍ ଥିଲା। କିନ୍ତୁ ବର୍ତ୍ତମାନ ଏଠାରେ 251 ଆଇସିୟୁ, 113 ଭେଣ୍ଟିଲେଟର, 33 ବିପିଏପି ମେସିନ୍ ଅଛି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଅନୁଯାୟୀ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆସନ୍ତା ଚାରି ମାସ ମଧ୍ୟରେ ରାଜ୍ୟରେ 525 ଆଇସିୟୁ, 363 ଭେଣ୍ଟିଲେଟର ଏବଂ 52 ଟି ବିପିଏପି ମେସିନ୍ ପାଇଁ ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ 11 ଟି ଜିଲ୍ଲାରେ ଆଇସିୟୁ ଅଛି ଏବଂ ଆସନ୍ତା ସପ୍ତାହରେ ଆଲମୋରା ଏବଂ ବାଗେଶ୍ୱର ଜିଲ୍ଲାରେ ମଧ୍ୟ ଆଇସିୟୁ ରହିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କୋରୋନା ରୋଗୀଙ୍କ ପାଇଁ ସରକାରୀ ଡାକ୍ତରଖାନାରେ 753 ଟି ଏବଂ ବେସରକାରୀ ଡାକ୍ତରଖାନାରେ 856 ଟି ଆଇସୋଲେସନ ଶଯ୍ୟା ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details