ନୂଆଦିଲ୍ଲୀ: କୋରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି । ଏପରି କ୍ଷେତ୍ରରେ ଦିନ ମଜୁରିଆ ଏବଂ ଗରିବ ଶ୍ରେଣୀର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ଉତ୍ତରାଖଣ୍ଡର ମସୁରୀର ବିଜେପି ବିଧାୟକ ଗଣେଶ ଜୋଶୀ ଚାରୋଟି ମୋଦି କିଚେନ ଆରମ୍ଭ କରିଛନ୍ତି । ଗଣେଶ ଜୋଶୀ କହିଛନ୍ତି, ‘ଲକଡାଉନ ସମୟରେ ରାଜ୍ୟରେ କୌଣସି ବ୍ୟକ୍ତି ଭୋକିଲା ନରୁହନ୍ତୁ, ଏକଥା ଚିନ୍ତା କରି ଆମେ ଆମ ବିଧାନସଭାର ଚାରୋଟି ସ୍ଥାନରେ ମୋଦି କିଚେନ ଆରମ୍ଭ କରିଛୁ । ସେହି ସ୍ଥାନଗୁଡିକ ହେଲା ଗଡୀ କୈଣ୍ଟ, ଜାଖନ, ଡୋଭାଲବାଲା ଏବଂ ରାଜପୁର ।’
ସେ ପୁଣି କହିଛନ୍ତି, ‘ଆମଜନମାନସ ର ସହଯୋଗରେ ଏହାର ସଞ୍ଚାଳନ କରାଯାଉଛି । ଯେଉଁଠାରୁ ସୂଚନା ମିଳୁଛି ସେଠାରେ ତୁରନ୍ତ ଭୋଜନର ପ୍ୟାକେଟ ପହଞ୍ଚାଇବାର ବ୍ୟବସ୍ଥା କରୁଛୁ । ପ୍ରଥମ ଦିନରେ 1600 ପ୍ୟାକେଟ ତିଆରି କରାଯାଇଥିଲା । ଆଜିର ଦିନରରେ 2250 ଭୋଜନ ବଣ୍ଟାଯିବାର ବ୍ୟବସ୍ଥା ହୋଇଛି । ଥରକରେ ଗୋଟିଏ କିଚେନରେ ପ୍ରାୟ 600 ଲୋକେ ଭୋଜନ କରିପାରିବେ ।’