ଓଡିଶା

odisha

ETV Bharat / bharat

କେଜିଏମୟୁରେ ଆରମ୍ଭ ହେଲା ୟୁପିର ପ୍ରଥମ ପ୍ଲାଜମା ବ୍ୟାଙ୍କ - ଉତ୍ତରପ୍ରଦେଶ ଲକ୍ଷ୍ନୌରେ

ଉତ୍ତରପ୍ରଦେଶ ଲକ୍ଷ୍ନୌରେ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି (କେଜିଏମୟୁ)ରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ । ତେବେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ପ୍ଲାଜମା ବ୍ୟାଙ୍କର ଉଦ୍ଘାଟନ କରିଥିଲେ ରାଜ୍ୟପାଳ ଆନନ୍ଦିବେନ ପଟେଲ ।ଅଧିକ ପଢନ୍ତୁ...

କେଜିଏମୟୁରେ ଆରମ୍ଭ ହେଲା ୟୁପିର ପ୍ରଥମ ପ୍ଲାଜମା ବ୍ୟାଙ୍କ
କେଜିଏମୟୁରେ ଆରମ୍ଭ ହେଲା ୟୁପିର ପ୍ରଥମ ପ୍ଲାଜମା ବ୍ୟାଙ୍କ

By

Published : Aug 16, 2020, 2:50 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି (କେଜିଏମୟୁ)ରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ । ତେବେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ପ୍ଲାଜମା ବ୍ୟାଙ୍କର ଉଦ୍ଘାଟନ କରିଥିଲେ ରାଜ୍ୟପାଳ ଆନନ୍ଦିବେନ ପଟେଲ । ଏହି ଉଦଘାଟନୀ ସମାରୋହରେ ରାଜ୍ୟପାଳ କହିଛନ୍ତି ଯେ, ଏଥିରୁ କୋରୋନା ଭାଇରସ ସଂକ୍ରମଣ ସହ ମୁକାବିଲା ପାଇଁ ବହୁତ ସାହାଯ୍ୟ ମିଳିବ ଏବଂ ଲୋକମାନେ ଉନ୍ନତ ଚିକିତ୍ସା ପାଇପାରିବେ । ଦିଲ୍ଲୀ, ପଞ୍ଜାବ ସମେତ ଦେଶରେ ହାତଗଣତି କେତୋଟି ପ୍ଲାଜମା ବ୍ୟାଙ୍କ ଅଛି । ଯାହାର ସଂଖ୍ୟା 10ରୁ କମ । ତେବେ ଏହି କେଜିଏମୟୁର ପ୍ଲାଜମା ବ୍ୟାଙ୍କ, ଦେଶର ସବୁଠାରୁ ବଡ ବଡ଼ 2-3 ପ୍ଲାଜମା ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ।

ଏହା ପ୍ଲାଜମା ବ୍ୟାଙ୍କ କେଜିଏମୟୁର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଦ୍ୱାରା ପ୍ରତିଷ୍ଠିତ । ଏହି ପ୍ଲାଜମା ବ୍ୟାଙ୍କରେ 830 ୟୁନିଟ୍ ପ୍ଲାଜମା ସଂରକ୍ଷଣ କରିବାର ବ୍ୟବସ୍ଥା ରହିଛି ବୋଲି ବିଭାଗର ଚେୟାରମ୍ୟାନ୍ ପ୍ରଫେସର ତୁଲିକା ଚନ୍ଦ୍ରା କହିଛନ୍ତି । ଆବଶ୍ୟକତା ଅନୁଯାୟୀ ଏହାକୁ ବୃଦ୍ଧି କରିବାର ବ୍ୟବସ୍ଥା ମଧ୍ୟ ରହିଛି । ଏଠାରେ 120 ଲୋକ ଗୋଟିଏ ଦିନରେ ପ୍ଲାଜମା ଦାନ କରିବାକୁ ସକ୍ଷମ ହେବେ ।

କେଜିଏମୟୁ ର କୁଳପତି, ଲେଫ୍ଟନାଣ୍ଟ ଜେନେରାଲ ଡକ୍ଟର ବିପିନ ପୁରୀ କହିଛନ୍ତି ଯେ, ପ୍ଲାଜମା ଥେରାପିରେ କୋରୋନା ରୋଗୀଙ୍କ ସ୍ୱାସ୍ଥ୍ୟରେ ଶୀଘ୍ର ସୁଧାର ଆସୁଛି। ଗୁରୁତର ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ଭଲ ପ୍ରଭାବ ଦେଖାଉଛି । ଏହି ବ୍ୟାଙ୍କରେ ପ୍ଲାଜମା ଗଚ୍ଛିତ ରଖିବା, ନମୁନା ନେବା ଏବଂ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ପ୍ରଦାନ କରିବାର ସୁବିଧା ରହିଛି । ଏଠାରେ ଉଲ୍ଲେଖନୀୟ ଯେ, କୋରୋନାକୁ ପରାସ୍ତ କରିଥିବା 45 ଜଣ ବ୍ୟକ୍ତି ଏପର୍ଯ୍ୟନ୍ତ କେଜିଏମୟୁରେ ପ୍ଲାଜମା ଦାନ କରିଛନ୍ତି। ଏଥି ସହିତ 25 ରୋଗୀଙ୍କୁ ପ୍ଲାଜମା ପ୍ରଦାନ କରାଯାଇଛି।

ABOUT THE AUTHOR

...view details