ଓଡିଶା

odisha

By

Published : Jan 28, 2021, 7:49 PM IST

ETV Bharat / bharat

ଦିଲ୍ଲୀ ହିଂସା: ତଦନ୍ତରେ ସହାୟତା କରିବ ଉତ୍ତରପ୍ରଦେଶ ପୋଲିସ

କୃଷକ ହିଂସା ତଦନ୍ତରେ ଦିଲ୍ଲୀ ପୋଲିସକୁ ସହାୟତା କରିବ ଉତ୍ତରପ୍ରଦେଶ ପୋଲିସ । ଉତ୍ତରପ୍ରଦେଶ ପୋଲିସର ସୂଚନା । ପଢନ୍ତୁ ଅଧିକ.....

କୃଷକ ହିଂସା ତଦନ୍ତରେ ଦିଲ୍ଲୀ ପୋଲିସକୁ ସହାୟତା କରିବ ଉତ୍ତରପ୍ରଦେଶ ପୋଲିସ
କୃଷକ ହିଂସା ତଦନ୍ତରେ ଦିଲ୍ଲୀ ପୋଲିସକୁ ସହାୟତା କରିବ ଉତ୍ତରପ୍ରଦେଶ ପୋଲିସ

ନୁଆଦିଲ୍ଲୀ:ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା କୃଷକ ହିଂସାରେ ସମ୍ପୃକ୍ତ ହିଂସାକାରୀଙ୍କୁ ଧରିବା ପାଇଁ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ତଦନ୍ତର ଅଗ୍ରଗତି ପାଇଁ ଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶ ପୋଲିସର ସହଯୋଗ ଚାହିଁଛି । ଏନେଇ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ଆଇନ ଶୃଙ୍ଖଳା ଡିଜି ପ୍ରଶାନ୍ତ କୁମାର ।

ପ୍ରଶାନ୍ତ କହିଛନ୍ତି ସାଧାରଣ ଦିବସ ପରି ଜାତୀୟ ଦିବସରେ ଏପରି ହିଂସାତ୍ମକ କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ । ଯେ କେହି ବି ଏହି ପରି ଆତଙ୍କୀ କାର୍ଯ୍ୟକଳାପ ସହିତ ସାମିଲ ଥିବେ କୌଣସି ପ୍ରକାର ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେ ନାହିଁ ।

ଦିଲ୍ଲୀ ପୋଲିସ ଏନେଇ ଉତ୍ତର ପ୍ରଦେଶ ପୋଲିସର ସହଯୋଗ ମାଗିଛି । ତେଣୁ ଉତ୍ତରପ୍ରଦେଶ ପୋଲିସ ଏହି ଘଟଣାରେ ଦିଲ୍ଲୀ ପୋଲିସର ଆବଶ୍ୟକୀୟ ସହାୟତା ମଧ୍ୟ କରିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କିଛି ଚାଷୀ ସଂଗଠନ ଓ ସଦସ୍ୟ ମାନେ ସେମାନଙ୍କ ବିରୋଧ ସମାପ୍ତ ଘୋଷଣା କରିବା ସହ ସ୍ବେଚ୍ଛାକୃତ ଭାବରେ ଚିଲା ବର୍ଡର ଏବଂ ଦଳିତ ପ୍ରେରଣା ସ୍ଥଳରୁ ହଟିବାରେ ଲାଗିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମଧ୍ୟ କିଛି ଚାଷୀ ଉତ୍ତରପ୍ରଦେଶ ସୀମାରେ ଉପସ୍ଥିତ ଥିବା ଲକ୍ଷ କରାଯାଉଛି । ସେଠାରେ ବର୍ତ୍ତମାନ ହିଂସାତ୍ମକ କାର୍ଯ୍ୟକଳାପ ଉପରେ ଶକ୍ତ ନଜର ରଖାଯାଇଛି । ଘଟଣା ସ୍ଥଳରେ ପୋଲିସ ବଳ ମଧ୍ୟ ମୁତୟନ ହୋଇଛନ୍ତି । ପୋଲିସ ସେମାନଙ୍କ ସହ ଆଲୋଚନା କରୁଥିବା ମଧ୍ୟ ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details