ଓଡିଶା

odisha

ETV Bharat / bharat

ଉତ୍ତରପ୍ରଦେଶ: କଲେଜ ଛାତ୍ରୀ ଦୁଷ୍କର୍ମ ମାମଲାରେ 8 ଅଭିଯୁକ୍ତ ଗିରଫ - uttar pradesh police news

ଉତ୍ତରପ୍ରଦେଶ ସିପାରୀ ବଜାର ଥାନା ଅଞ୍ଚଳ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ ମୋଟ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ। ଅଧିକ ପଢ଼ନ୍ତୁ...

ଉତ୍ତରପ୍ରଦେଶ: କଲେଜ ଛାତ୍ରୀ ଦୁଷ୍କର୍ମ ମାମଲାରେ 8 ଅଭିଯୁକ୍ତ ଗିରଫ
ଉତ୍ତରପ୍ରଦେଶ: କଲେଜ ଛାତ୍ରୀ ଦୁଷ୍କର୍ମ ମାମଲାରେ 8 ଅଭିଯୁକ୍ତ ଗିରଫ

By

Published : Oct 12, 2020, 7:36 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଘରୋଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଝାନ୍ସି ଜିଲ୍ଲା ସିପାରୀ ବଜାର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ମୋଟ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ। ଗତ ରବିବାର ପୀଡ଼ିତା ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ସିପାରୀ ବଜାର ଥାନାରେ ମାମଲା ରୁଜୁ କରିଥିଲେ ।

ମାମଲା ରୁଜୁ ହେବାର 12 ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ପୀଡି଼ତା ପଢ଼ୁଥିବା ଘରୋଇ କଲେଜରେ ହିଁ ପାଠ ପଢ଼ନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି, ରୋହିତ କୁମାର ସୈନୀ, ଭରତ କୁମାର କୁଶୱାହା, ଶୈଳେନ୍ଦ୍ର ନାଥ ପାଠକ, ମୟଙ୍କ ଶିବହରେ, ବିପିନ ତିୱାରୀ, ମୋନୁ ପାର୍ଯ୍ୟା, ଧର୍ମେନ୍ଦ୍ର ସେନ ଏବଂ ସଞ୍ଜୟ କୁଶୱାହା। 8 ଜଣଙ୍କ ଉପରେ ପୋକ୍ସୋ ଆକ୍ଟ ସହ 120ବି, 376ଡି, 395, 386, 323, 66 ଆଇଟି ଆକ୍ଟ ଧାରାରେ ମାମଲା ରୁଜୁ କରିଛି ପୋଲିସ ।

ଘଟଣାକୁ ନେଇ ସିପାରୀ ବଜାର ଥାନା ଏସଏସପି ଦୀନେଶ କୁମାର ପ୍ରଭୁ କହିଛନ୍ତି ଯେ, "ସିପାରୀ ବଜାର ଥାନାଞ୍ଚଳ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହେବାର 12 ଘଣ୍ଟା ମଧ୍ୟରେ ଘଟଣାରେ ସମ୍ପୃକ୍ତ 8ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପୃଥକ ଭାବେ ପଚରାଉଚରା କରାଯାଉଛି। ତଦନ୍ତରେ ଆଉ ଯେଉଁ ମାନଙ୍କ ନାମ ସାମ୍ନାକୁ ସେମାନଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details