ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି କି ମାୟାବତୀ ? - uttarpradesh

ମାୟାବତୀଙ୍କୁ ଯଦି ପ୍ରଧାନମନ୍ତ୍ରୀ ହେବା ପାଇଁ ସୁଯୋଗ ମିଳେ ତେବେ ସେ ଅମ୍ବେଦକର ନଗରରୁ ନିର୍ବାଚନ ଲଢିବେ । ଏଭଳି ମନ୍ତବ୍ୟ ଦେଇଛନ୍ତି ମାୟାବତୀ ।

ଫାଇଲ ଫଟୋ

By

Published : May 6, 2019, 2:48 PM IST

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବସପା)ର ଅଧ୍ୟକ୍ଷ ମାୟାବତୀଙ୍କ ମନରେ ଥିବା ଇଚ୍ଛାକୁ ପରୋକ୍ଷରେ ବଖାଣିଛନ୍ତି । ପ୍ରଧାନମନ୍ତ୍ରୀ ଗାଦିରେ ବସିବା ସବୁ ନେତାଙ୍କ ସ୍ବପ୍ନ । ହେଲେ ଏହା ସମସ୍ତଙ୍କ ଭାଗ୍ୟରେ ନଥାଏ । କିନ୍ତୁ ମାୟାବତୀ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖିଛନ୍ତି । ସେ କହିଛନ୍ତି ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ସୁଯୋଗ ମିଳେ ତେବେ ସେ ଅମ୍ବେଦକର ନଗରରୁ ନିର୍ବାଚନ ଲଢିବେ । ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବାକି ଯାଇ ଏଭଳି ମନ୍ତବ୍ୟ ଦେଇଛନ୍ତି ମାୟାବତୀ ।

ମାୟାବତୀ କହିଛନ୍ତି ଯଦି ଲୋକସଭା ନିର୍ବାଚନ ପରେ ଦରକାର ପଡେ ତେବେ ସେ ଆମ୍ବେଦକର ନଗର ଆସନରୁ ନିର୍ବାଚନ ଲଢିବେ । ତେବେ ସେ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ପଷ୍ଟ ରୂପେ କହିନାହାଁନ୍ତି । କିନ୍ତୁ ସେ କହିଲେ, 'ଯଦି ସବୁ କିଛି ଠିକ ରୁହେ ତେବେ ମୋତେ ଏଠାରେ ନିର୍ବାଚନ ଲଢିବାକୁ ପଡିବ । କାରଣ ଦିଲ୍ଲୀର ରାଜନୀତିର ରାସ୍ତା ଅମ୍ବେଦକର ଦେଇଯାଉଛି ।'

ଉକ୍ତ ସଭାସ୍ଥଳୀରେ ତାଙ୍କର ଏକ ଫଟୋ ଲଗାଯାଇଥିଲା । ସେହି ପୋଷ୍ଟରକୁ ଦେଖି ସେ ବହୁତ ଖୁସି ଥିଲେ । ଏହି ପୋଷ୍ଟରେ ସେ ସଂସଦ ଭବନ ବାହାରେ ଠିଆ ହୋଇଥିଲେ ଏବଂ ତାଙ୍କ ବ୍ୟାକଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ଲେଖା ହୋଇଥିଲା । ମାୟାବତୀ ବସପା ପ୍ରାର୍ଥୀ ରିତେଶ ପାଣ୍ଡେୟଙ୍କ ସପକ୍ଷରେ ଭୋଟ ମାଗିବାକୁ ଯାଇଥିଲେ । ସୂଚନା ଥାଉକି ନିର୍ବାଚନ ପୂର୍ବରୁ ମାୟାବତୀ ଚଳିତ ଥର ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଥିଲେ ।

ABOUT THE AUTHOR

...view details