ଓଡିଶା

odisha

ETV Bharat / bharat

ହିନ୍ଦୁ ମହାସଭାର ନେତାଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି - ହିନ୍ଦୁ ମହାସଭାର ନେତାଙ୍କୁ ଗୁଳି କରି ହତ୍ୟା

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଖୁର୍ଶିଦବାଗ ଅଞ୍ଚଳରେ ହିନ୍ଦୁ ମହାସଭା ନେତା କମଲେଶ ତିଓ୍ଵାରୀଙ୍କୁ ହତ୍ୟା କରାଯାଇଛି । ଶୁକ୍ରବାର ଦ୍ଵିପ୍ରହରରେ କମଲେଶଙ୍କୁ ତାଙ୍କ ଅଫିସରେ ଛୁରିରେ ତଣ୍ଟି କାଟି ଓ ଗୁଳି ମାରି ହତ୍ୟା କରାଯାଇଛି ।

ଡିଜାଇନ ଫଟୋ

By

Published : Oct 18, 2019, 5:29 PM IST

Updated : Oct 18, 2019, 6:35 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଖୁର୍ଶିଦବାଗ ଅଞ୍ଚଳରେ ହିନ୍ଦୁ ମହାସଭା ନେତା କମଲେଶ ତିଓ୍ଵାରୀଙ୍କୁ ହତ୍ୟା କରାଯାଇଛି । ଶୁକ୍ରବାର ଦ୍ଵିପ୍ରହରରେ କମଲେଶଙ୍କୁ ତାଙ୍କ ଅଫିସରେ ଛୁରିରେ ତଣ୍ଟି କାଟି ହତ୍ୟା କରାଯାଇଛି । ଅଭିଯୁକ୍ତମାନେ କମଲେଶଙ୍କୁ ତାଙ୍କ ଘରେ ସ୍ଥିତ ଅଫିସରେ ହତ୍ୟା କରିଛନ୍ତି । ହତ୍ୟାକାରୀ ମାନେ ଏକ ମିଠା ଡବାରେ ଛୁରି ଓ ବନ୍ଧୁକ ନେଇ ଆସିଥିଲେ । ତାଙ୍କ ଶରୀରକୁ 15 ଥରରୁ ଅଧିକ ଛୁରୀରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ଏଏନଆଇ

ଏହି ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଗୁରୁତର ଅବସ୍ଥାରେ କମଲେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲା ବେଳେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଏହା ଭିତରେ ପୋଲିସକୁ ଏକ ବଡ ଧରଣର ସୁରାକ ମିଳିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ଏସଏସପି କଳାନିଧି ନୈଥାନୀଙ୍କ ସୂଚନା ଅନୁସାରେ ପୋଲିସର ଭିନ୍ନ ଭିନ୍ନ ଟିମ୍‌ ଅଭିଯୁକ୍ତଙ୍କ ସନ୍ଧାନରେ ଲାଗିଛନ୍ତି ।


ପୋଲିସ କମଲେଶଙ୍କ ମୋବାଇଲ ଫୋନକୁ ତନ୍ନତନ୍ନ କରି ଯାଞ୍ଚ କରୁଛି । ସୂଚନା ଅନୁସାରେ କମଲେଶ ତିଓ୍ଵାରୀଙ୍କ ଅଫିସକୁ ଦୁଇ ଜଣ ଲୋକ ଆସିଥିଲେ । ସେମାନେ ମିଠା ଡବାରେ ଛୁରି ନେଇ ଆସିଥିଲେ । ଏହା ପରେ ଉଭୟ କମଲେଶଙ୍କ ସହ ମିଶି ଚା ପିଇଥିଲେ । ଏହା ପରେ ହଠାତ ଡବାରୁ ବାହାର କରି କମଲେଶଙ୍କ ଉପରକୁ ଗୁଳି ମାଡ କରିଥିଲେ । ମାତ୍ର ଗୁଳି କମଲେଶଙ୍କ ଶରୀରରେ ବାଜିନଥିଲା । ଏହାପରେ ଅଭିଯୁକ୍ତ ମାନେ ଛୁରିରେ ତାଙ୍କ ଗଳା କାଟି ଥିଲେ ।

କମଲେଶଙ୍କ ହତ୍ୟା ପରେ ତାଙ୍କ ସମର୍ଥକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ମୂତୟନ କରାଯାଇଛି ।

ପୂର୍ବରୁ ଅନେକ ଘଟଣାରେ କମଲେଶ ବିବାଦୀୟ ରହିଥିଲେ । କମଲେଶ ତିଓ୍ଵାରୀ ସୀତାପୁରରେ ନିଜର ପୈତୃକ ଜମିରେ ଗୋଡ଼ସେଙ୍କ ମନ୍ଦିର ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଏହାସହ ପୈଗାମ୍ବର ମହମ୍ମଦ ସାହବଙ୍କ ଉପରେ ସେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏଥିପାଇଁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଜାମିନରେ ଥିଲେ କମଲେଶ । ଏଥିସହ କମଲେଶଙ୍କ ଉପରେ ଲାଗିଥିବା ରାଷ୍ଟ୍ରୀୟ ସୁରକ୍ଷା କାନୁନ(ରାସୁକା) ଆହ୍ଲାବାଦ ହାଇକୋର୍ଟ ହଟାଇଛନ୍ତି ।

Last Updated : Oct 18, 2019, 6:35 PM IST

ABOUT THE AUTHOR

...view details