ଓଡିଶା

odisha

By

Published : Oct 19, 2019, 1:28 PM IST

ETV Bharat / bharat

ଉତ୍ତେଜିତ ଭାଷଣ ଯୋଗୁଁ କମଲେଶଙ୍କୁ କରାଯାଇଛି ହତ୍ୟା: ୟୁପି ଡ଼ିଜିପି

କମଲେଶ ତିୱାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଉତ୍ତର ପ୍ରଦେଶ ପୋଲିସ। ଏହି ହତ୍ୟାକାଣ୍ଡର ଚେର ସୁରତକୁ ଲମ୍ବିଛି। 2015ରେ ଦେଇଥିବା ଉତ୍ତେଜିତ ଭାଷଣ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ୟୁପି ପୋଲିସ ଡିଜି ଓପି ସିଂହ।

ଫଟୋ ସୌଜନ୍ୟ: ଏଏନ୍ଆଇ

ଲକ୍ଷ୍ନୌ: ହିନ୍ଦୁ ମହାସଭା ନେତା କମଲେଶ ତିୱାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଉତ୍ତର ପ୍ରଦେଶ ପୋଲିସ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୟୁପି ପୋଲିସ ଡିଜି ଓପି ସିଂହ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଘଟିବାର 24 ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ହତ୍ୟାକାଣ୍ଡରେ ସାମିଲ ଥିବା ମୌଲାନା ମୋହସିନ ଶିଖ ସଲୀମ, ଫୌଜାନ ଏବଂ ଖୁର୍ସିଦ ଅହମ୍ମଦ ପଠାନ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୁବଶୀଘ୍ର ଧରିବ ପୋଲିସ।

ଏନେଇ ଡିଜି ସିଂହ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡର ଚେର ଗୁଜୁରାଟର ସୁରତ ପର୍ଯ୍ୟନ୍ତ ଲମ୍ବିଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ହତ୍ୟା ପଛର ମୁଖ୍ୟ କାରଣ ହେଉଛି 2015 ମସିହାରେ କମଲେଶ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଉତ୍ତେଜିତ ଭାଷଣ ଦେବା। ଏହି ହତ୍ୟାକାଣ୍ଡର ବ୍ଲୁପ୍ରିଣ୍ଟ ସୁରତରେ ହୋଇଥିବା କହିଛନ୍ତି ଡିଜିପି।

ଏ ହତ୍ୟା ଘଟଣାରେ ଅଧିକ ତଦନ୍ତ ପାଇଁ ଗିରଫ ତିନି ଅଭୁଯୁକ୍ତକୁ ପଚରାଉଚରା ଜାରି ରହିଛି। ହତ୍ୟାକାଣ୍ଡର ରଚାଇବାର ଦୁଇ ମୁଖ୍ୟ ଅଭିଯୁକ୍ତ ନଇମ କାଜମୀ ଏବଂ ମୌଲାନା ଓନବାରୁଲ ହକକୁ ମଧ୍ୟ ରିମାଣ୍ଡରେ ନିଆଯାଇଛି। ଏହି ଘଟଣାର ସୁରାକ ମିଳିବା ପରେ ଆମେ ପ୍ରଥମେ ଛୋଟ ଛୋଟ ପୋଲିସ ଟିମ୍ ଗଠନ କରିଥିଲୁ। ହତ୍ୟାକାଣ୍ଡ ଚେର ସୁରତ ପର୍ଯ୍ୟନ୍ତ ଲମ୍ବିଥିବା ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ପୋଲିସ। ମିଠା ଡବାରୁ ହିଁ ହତ୍ୟା ଘଟଣାର ସୁରାକ ମିଳିଥିଲା । ଏହାପରେ ଗୁଜୁରାଟ ପୋଲିସ ଡିଜିଙ୍କ ସହ କଥା ହୋଇ ଅଧିକ ତଥ୍ୟ ଯୋଗାଡ଼ କରାଯାଇଥିବା କହିଛନ୍ତି ୟୁପି ଡିଜିପି।

ABOUT THE AUTHOR

...view details