ଲକ୍ଷ୍ନୌ: ଅନ୍ତିମ ଚରଣ ନିର୍ବାଚନ ପାଇଁ ଝାଳବୁହା ପରିଶ୍ରମ କରୁଛନ୍ତି ଜାତୀୟ ଦଳର ଛାମୁଆ ନେତୃବୃନ୍ଦ । ଏବେ ସପ୍ତମ ପର୍ଯ୍ୟାୟ ଲୋସକଭା ନିର୍ବାଚନକୁ ୟୁପି ରାଜନୀତିରେ ପ୍ରଚାର ମାହୋଲ ସରଗରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୟୁପି ସିଏମ୍ ଯୋଗୀ ଆଦିତ୍ୟ ନାଥ ଜୋରଦାର ପ୍ରଚାର କରୁଛନ୍ତି । ଏକ ନିର୍ବାଚନୀ ପ୍ରଚାରର ସାଧାରଣ ସଭାରେ ଯୋଗୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭାରତ ନୁହେଁ, ଇଟାଲୀରେ ଯାଇ ଭୋଟ ମାଗିବାକୁ କହିଛନ୍ତି ।
ସାଧାରଣ ସଭାରେ ଯୋଗୀ କହିଛନ୍ତି ଯେ ଯେବେ ଦେଶ ଉପରେ କୌଣସି ବିପଦ ଆସେ ସେତେବେଳେ ରାହୁଲ ଗାନ୍ଧୀ ଇଟାଲୀ ଚାଲିଯାଆନ୍ତି । ଯଦି ଦେଶର ସାଧାରଣ ଜନତାଙ୍କ ଦୁଃଖରେ ସାଥି ହୋଇ ପାରୁନାହାଁନ୍ତି କଂଗ୍ରେସ ରାଜକୁମାର । ତେବେ ତାଙ୍କୁ ଇଟାଲୀ ଯାଇ ସେଠାକାର ଜନତାଙ୍କୁ ଭୋଟ ମାଗିବା ଆବଶ୍ୟକ ।