ଲକ୍ଷ୍ନୌ: ଅଯୋଧ୍ୟାରେ ଭୂମି ପୂଜନ ସହ ଜଡିତ ପ୍ରସ୍ତୁତି ଚୁଡାନ୍ତ କରିବାକୁ ରବିବାର ଅଯୋଧ୍ୟା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେଠାରେ ସେ ଅଧିକାରୀ ଏବଂ ସାଧୁମାନଙ୍କ ସହ ବୈଠକ କରିବେ । ଏହା ସହିତ ସମଗ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସମୀକ୍ଷା କରିବେ ।
ରବିବାର ଅଯୋଧ୍ୟା ଯିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ - ଅଯୋଧ୍ୟା ଯିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀ ଏବଂ ସାଧୁମାନଙ୍କ ସହ ବୈଠକ କରିବେ । ଏହା ସହିତ ସମଗ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସମୀକ୍ଷା କରିବେ ।
ଅଗଷ୍ଟ ୫ ତାରିଖରେ ଭୂମି ପୂଜନ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଇ ରାମ ମନ୍ଦିର ପାଇଁ ଭୂମି ପୂଜନ ଏବଂ ଶିଳାନ୍ୟାସ କରିବେ। ଏହି କାର୍ଯ୍ୟକ୍ରମରେ ଦେଶର ଅନେକ ବରିଷ୍ଠ ବ୍ୟକ୍ତିତ୍ୱ ସାମିଲ ହେବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଏହି କାର୍ଯ୍ୟକ୍ରମର ଦାୟୀତ୍ବ ସମ୍ଭାଳିଛନ୍ତି ।
ଏହାପୂର୍ବରୁ ସେ ଗତ ଶନିବାର ଅଯୋଧ୍ୟା ପରିଦର୍ଶନ କରିଥିଲେ । ସେଠାରେ ସେ ହନୁମାନଗରୀ ଏବଂ ରାମଲାଲାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଅଗଷ୍ଟ 5 ରେ ସମସ୍ତ ସାଧୁ ଦୀପାବଳୀ ପାଳନ କରିବେ ବୋଲି ସେ କହିଥିଲେ । ଏହା ସହିତ ନିଜ ଘରେ ରାମାୟଣ ପାଠ କରିବା ଉଚିତ୍ ବୋଲି ସେ କହିଥିଲେ ।