ଲକ୍ଷ୍ନୌ: ୟୁପିରେ ଥମିବାର ନାମ ନେଉନାହିଁ ଦୁଷ୍କର୍ମ ମାମଲା । ୟୁପି ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ୟୁପିରେ ପୁଣି ଜଣେ 17 ବର୍ଷୀୟ ଯୁବତୀକୁ ତାଙ୍କ ପଡ଼ୋଶୀ ଏକାଧିକ ଥର ଦୁଷ୍କର୍ମ କରିଥିବା ରବିବାର ପୋଲିସ କହିଛି ।
ୟୁପିରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଷ୍କର୍ମ ମାମଲା - 17-year old girl raped in up
ୟୁପି ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ୟୁପିରେ ପୁଣି ଜଣେ 17 ବର୍ଷୀୟ ଯୁବତୀଙ୍କୁ ତାଙ୍କ ପଡ଼ୋଶୀ ଏକାଧିକ ଥର ଦୁଷ୍କର୍ମ କରିଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି ।

ୟୁପିରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଷ୍କର୍ମ ମାମଲା
ପୋଲିସ କହିବା ଅନୁଯାୟୀ, ପିଡିତା ମାଆଙ୍କ ଅଭିଯୋଗ ଆଧାରରେ 20 ବର୍ଷୀୟ ଅଭିଯୁକ୍ତ ନାମରେ ମାମଲା ରୁଜୁ ହୋଇଛି । ଗତ ଦେଢ ବର୍ଷ ଧରି ପଡୋଶୀ ଘରର 20 ବର୍ଷୀୟ ଯୁବକ ତାଙ୍କ ଝିଅ ସହ ବାରମ୍ବାର ଦୁଷ୍କର୍ମ କରିଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପିଡିତାଙ୍କ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ଏଥିସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ କହିଛି।