ଓଡିଶା

odisha

ETV Bharat / bharat

ଆପଣଙ୍କ ଅନେକ ସମସ୍ୟାକୁ ଚୁଟକିରେ ସମାଧାନ କରିବ ନିମ୍ବ, ଜାଣନ୍ତୁ ବ୍ୟବହାର - ନିମ୍ବ

ଔଷଧୀୟ ଗୁଣରେ ଭରୁପର ଥିବା ନିମ୍ବ ଆପଣଙ୍କ ମୁଖରେ ବ୍ରଣ ସମସ୍ୟା ଦୂର କରିବା ସହ ପେଟ ଥଣ୍ଡା ଓ ମୁଖର ସମସ୍ୟାକୁ ଦୂର କରିଥାଏ । ଅଧିକ ପଢନ୍ତୁ...

ଆପଣଙ୍କ ଅନେକ ସମସ୍ୟାକୁ ଚୁଟକିରେ ସମାଧାନ କରିବ ନିମ୍ବ, ଜାଣନ୍ତୁ ବ୍ୟବହାର
ଆପଣଙ୍କ ଅନେକ ସମସ୍ୟାକୁ ଚୁଟକିରେ ସମାଧାନ କରିବ ନିମ୍ବ, ଜାଣନ୍ତୁ ବ୍ୟବହାର

By

Published : Jun 10, 2020, 7:09 PM IST

ହାଇଦ୍ରାବାଦ: ଯଦି ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଏକ ପ୍ରାକୃତିକ ସମାଧାନ ଖୋଜନ୍ତି, ତେବେ ଆପଣ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ ହେବେ ଯେ, ସେହିଭଳି ସମସ୍ତ ସମସ୍ୟାର ସମାଧାର ଉପାୟ ହେଉଛି ନିମ୍ବ । ଆପଣଙ୍କର ପେଟ ସମସ୍ୟା ହେଉ କିମ୍ବା ଚର୍ମ ନିମ୍ବ ପତ୍ର ବ୍ୟବହାର କରି ପ୍ରତ୍ୟେକ ରୋଗରୁ ସହଜରେ ମୁକ୍ତି ପାଇପାରିବେ । ନିମ୍ବ ସ୍ୱାଦରେ ତିକ୍ତ କିନ୍ତୁ ଏହା ଆପଣଙ୍କ ଶରୀରକୁ ଥଣ୍ଡା କରିଥାଏ । ଆପଣଙ୍କୁ କଫ ଦୋଷରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାର ଥଣ୍ଡା ପ୍ରକୃତି ହେତୁ ଏହା ଚର୍ମକୁ ଶୀତଳ ପ୍ରଦାନ କରିଥାଏ । ଏହା ବ୍ୟତୀତ, ଏହା ଯକୃତର କାର୍ଯ୍ୟକୁ ମଧ୍ୟ ଉନ୍ନତ କରିଥାଏ । ତେଣୁ ଜାଣନ୍ତୁ ନିମ୍ବର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ।

ବ୍ରଣରୁ ମୁକ୍ତି ଦେଇଥାଏ

ଯଦି ଆପଣଙ୍କର ବ୍ରଣ ସମସ୍ୟା ଥାଏ ତେବେ ନିମ୍ବ ଆପଣଙ୍କ ପାଇଁ ବହୁତ ଲାଭଦାୟ । ନିମ୍ବରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଅଛି, ଯାହା ପୁନର୍ବାର ବ୍ରଣ ସମସ୍ୟା ଦେଖାଦେବ ନାହିଁ । ଏହା ବ୍ୟତୀତ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ବ୍ରଣର ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ଯାହାଫଳରେ ଆପଣଙ୍କ ତ୍ୱଚା ସର୍ବଦା ପରିଷ୍କାର ଏବଂ ସତେଜ ଦେଖାଯାଏ ।

ବ୍ୟବହାର କରିବାର ଉପାୟ

ମୁଠାଏ ନିମ୍ବ ପତ୍ରକୁ ପାଣିରେ ଧୋଇ 4 ଭାଗ ପାଣି ଏବଂ ଗୋଟିଏ ଅଂଶ ପତ୍ର ନିଅନ୍ତୁ । ତା’ପରେ ପାଣି ସବୁଜ ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ଯେତେବେଳେ ପାଣି ଥଣ୍ଡା ହୋଇଯିବ, ସେଥିରେ ମୁହଁ ଧୋଇ ଦିଅନ୍ତୁ । ଏହା ବ୍ୟତୀତ ଆପଣ କିଛି ନିମ୍ବ ପତ୍ରକୁ ଗ୍ରାଇଣ୍ଡିଂ କରି ବ୍ରଣରେ ଲଗାଇ ପାରିବେ । ଏହା ଶୁଖିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଆପଣ ଦିନକୁ ଦୁଇଥର ନିମ୍ବ ପାଣି କିମ୍ବା ଏହାର ପେଷ୍ଟ ବ୍ୟବହାର କରିପାରିବେ ।

କର୍କଟ ରୋଗରୁ ରକ୍ଷା କରେ

ନିମ୍ବ ପତ୍ରଗୁଡିକ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । କର୍କଟ ରୋଗର ଚିକିତ୍ସାରେ ମଧ୍ୟ ସହାୟକ ହୋଇଥାଏ । ଏଗୁଡିକ ଶରୀରରେ ମୁକ୍ତ ରେଡିକାଲଗୁଡିକୁ ନଷ୍ଟ କରିଥାଏ । କୋଷ ବିଭାଜନ କରି ଫୁଲିବାକୁ ହ୍ରାସ କରିଥାଏ । ଏହାର ଯୌଗିକ କେମୋଥେରାପିରେ ସାହାଯ୍ୟ କରେ ।

କିପରି ବ୍ୟବହାର କରିବେ

ଏଥିପାଇଁ 4 ରୁ 5 ନିମ୍ବ ପତ୍ରକୁ ସଠିକ ଭାବରେ ଧୋଇ ଦିଅନ୍ତୁ । ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାନ୍ତୁ । କର୍କଟ ବ୍ୟତୀତ ଆପଣ ପେଟର ଅନ୍ୟାନ୍ୟ ରୋଗରୁ ମଧ୍ୟ ମୁକ୍ତି ପାଇପାରିବେ ।

ଦାନ୍ତ ଓ ଦାନ୍ତ ମାଢିକୁ ସୁସ୍ଥ ରଖନ୍ତୁ

ନିମ୍ବ କାଠିରେ ଦାନ୍ତ ଘଷିବା ଦ୍ବାରା ଆପଣଙ୍କ ଦାନ୍ତ ଏବଂ ମାଢିରେ ଥିବା ସମସ୍ତ ସମସ୍ୟା ଦୂର ହୋଇପାରିବ । ନିମ୍ବରେ ଆଣ୍ଟିମାଇକ୍ରୋବାୟଲ ଗୁଣ ରହିଛି ଯାହା ଖରାପ ନିଃଶ୍ୱାସ, ଦାନ୍ତର ହଳଦିଆ ପଣ, ପାଟି ଘା’ଏବଂ ପାଇରିଆ ଭଳି ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଆପଣ ଏହାକୁ ଆପଣଙ୍କର ଦୈନନ୍ଦିନ ମୌଖିକ ଯତ୍ନର ଏକ ଅଂଶ କରିପାରିବେ ।

ବ୍ୟବହାର କରିବେ କିପରି

ଏଥିପାଇଁ ଏକ ମଧ୍ୟମ ଆକାରର ସଫା ନିମ୍ବ କାଠି ନିଅନ୍ତୁ । ତା’ପରେ ଏହାକୁ ଗୋଟିଏ ପାର୍ଶ୍ୱକୁ ଦାନ୍ତ ଘଷା ବ୍ରଶ ତିଆରି କରନ୍ତୁ । ଏହାପରେ ଏହାକୁ ବ୍ୟବହାର କରନ୍ତୁ ପରେ ସଫା ପାଣିରେ ଧୋଇଦିଅନ୍ତୁ । ଦେଖିବେ ଧିରେ ଧିରେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା ଦୂର ହୋଇଯିବ ।

ABOUT THE AUTHOR

...view details