ହାଇଦ୍ରାବାଦ: ଲକଡାଉନ 2.0 । ପୁଣି ଘରେ ବସିବାର ସମୟ । ପୂର୍ବ ଭଲି ଏଥର ମଧ୍ୟ ବିଭିନ୍ନ କାମରେ ନିଜକୁ ବ୍ୟସ୍ତ ରଖି ଆପଣ ସମୟ ନିଶ୍ଚୟ କାଟିଦେଇଥିବେ । ତେବେ ଅନେକ ଲୋକ ଏହି ସମୟରେ ଘର ସାଜସଜ୍ଜା ଓ ରୋଷେଇରେ ଅଧିକ ସମୟ ଦେଉଛନ୍ତି । ପୁରୁଣା ଘରକୁ ଏକଦମ ନୂଆ ରୂପରେ ସଜାଇ ଦେଇଛନ୍ତି । ଘର ସଜାଇବାବେଳେ ଆପଣ ନିଶ୍ଚୟ ପୁରୁଣା ଜିନିଷର ବ୍ୟବହାର କରିଥିବେ । ସେହିପରି ଏକ ସାମଗ୍ରୀ ହେଉଛି ଲିଚୁ ଲାଇଟ ଯାହାକୁ ଆପଣ ଘର ସଜ୍ଜାରେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ ।
ଲକଡାଉନ 2.0: ଲିଚୁ ଲାଇଟରେ ସଜାନ୍ତୁ ଘର
ଲିଚୁ ଲାଇଟ ବା ଫେୟାରି ଲାଇଟ୍ସ ବିଭିନ୍ନ ପର୍ବପର୍ବାଣୀରେ କିଛି ନୂଆ ନୁହେଁ । ଏହାକୁ କୌଣସି ଉତ୍ସବ ଅବା ବର୍ଥ ଡେ ସେଲିବ୍ରେସନରେ ବ୍ୟବହାର କରାଯାଇଥାଏ । ଅଧିକ ପଢନ୍ତୁ...
ଲିଚୁ ଲାଇଟ ବା ଫେୟାରି ଲାଇଟ୍ସ ବିଭିନ୍ନ ପର୍ବପର୍ବାଣୀରେ କିଛି ନୂଆ ନୁହେଁ । ଏହାକୁ କୌଣସି ଉତ୍ସବ ଅବା ବର୍ଥ ଡେ ସେଲିବ୍ରେସନରେ ବ୍ୟବହାର କରାଯାଇଥାଏ । ସମଗ୍ର ସାଜସଜ୍ଜାକୁ ଏହା ଅଲଗା ରୂପ ଦେଇଥାଏ । ବିଭିନ୍ନ ପର୍ବରେ ଏହାର ବ୍ୟବହାର ଆକର୍ଷଣୀୟ ଲାଗିଥାଏ । କେବଳ ଆଉଟଡୋର ନୁହେଁ ଇନଡୋନ ସାଜସଜ୍ଜାରେ ମଧ୍ୟ ଏହା ସୁନ୍ଦର ଦେଖାଯାଇଥାଏ । ଘରେ ନିଜ ଷ୍ଟଡି ଟେବୁଲ, ଡାଇନିଂ ରୁମ, ବେଡରୁମରେ ମଧ୍ୟ ଆପଣ ଏହାକୁ ସଜାଇପାରିବେ । ଏହାକୁ ଆପଣ ନିଜର ଡିଏଆଇୱାଇ ଲ୍ୟାମ୍ପ ବନାଇପାରିବେ । ଆପଣଙ୍କର ୱାଲ ଆର୍ଟରେ ରୁଚି ଥିଲେ ଏହା ଆର୍ଟକୁ ଖୁବ ସୁନ୍ଦର ବନାଇପାରିବ । ଆପଣଙ୍କ ଡ୍ରେସିଂ ଟେବୁଲ, ଫ୍ରିଜ, ଟିଭି ଚାରିପଟେ ଏହି ଲାଇଟ ବହୁତ ଆକର୍ଷଣୀୟ ଲାଗିବ । ଦୀପାବଳି, ବର୍ଥ ଡେ ଭଳି ସେଲିବ୍ରେସନରେ ଏହା ଘରର ସାଜସଜ୍ଜାରେ ଚାରଚାନ୍ଦ ଲଗାଇଦିଏ ।
ପିଲାଙ୍କ ବେଡରୁମରେ ଏହି ଲାଇଟ ଲଗାଇବା ଦ୍ବାରା ସେମାନେ ଖୁସି ହେବା ସହ ଆକର୍ଷିତ ହେବେ । ଏହା ସେମାନଙ୍କୁ ଏକ ଚତ୍ମକାର ପରିବେଶ ଦେଇଥାଏ ଯାହା ଫଳରେ ସେମାନେ ଶିଘ୍ର ଶୋଇଯାଆନ୍ତି । ଏହା ଆପଣଙ୍କୁ ଅଯଥା ବିଦ୍ୟୁତ ଖର୍ଚ୍ଚରୁ ମଧ୍ୟ ବଞ୍ଚାଇବ । ବାସ୍ତୁବିତ କହିଛନ୍ତି ଘରର ସଠିକ ରୁମରେ ଏହି ଲାଇଟ ଲଗାଇଲେ ଏହା ଘରେ ସକରାତ୍ମକ ବାତାବରଣ ବଜା ରଖିଥାଏ । ଏହାସହ ପାର୍ଟନରଙ୍କ ସହ ଘରେ କୌଣସି ରୋମାଣ୍ଟିକ ଡେଟର ପ୍ଲାନ କରୁଥିଲେ ଏହି ଲାଇଟ ଆପଣଙ୍କ ରୋମାନ୍ସକୁ ଆଗକୁ ବଢିବାରେ ଅନେକ ସାହାଯ୍ୟ କରିବ । ଆମେରିକାର କିଛି ରିସର୍ଚ୍ଚରଙ୍କ ଦାବି ଅନୁସାରେ ଏହି ଲାଇଟ ନବବିବାହିତଙ୍କ ମଧ୍ୟରେ ରୋମାନ୍ସକୁ ଦୃଢ କରିଥାଏ ।