ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଆମେରିକା ଏଜେନ୍ସିର ଏକ ରିପୋର୍ଟ ଭାରତ ସରକାରଙ୍କ ଚିନ୍ତା ବଢାଇଛି । ଭାରତରେ ଧାର୍ମିକ ଉତ୍ପୀଡନାର ମାମଲା ବୃଦ୍ଧି ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହା ସହିତ ରିପୋର୍ଟରେ ନାଗରିକ ସଂଶୋଧନ ଆଉନ୍କୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବାଧୀନତା ସମ୍ବନ୍ଧୀୟ ଆମେରିକା ଆୟୋଗ(USCIRF) ଦ୍ବାରା ଜାରି ରିପୋର୍ଟରେ ଭାରତକୁ 'ଟିଅର-2' ଶ୍ରେଣୀରେ ରଖାଯାଇଛି । ଏହି ଶ୍ରେଣୀକୁ 'ବିଶେଷ ଚିନ୍ତାର ଦେଶ' ଭାବରେ ବିବେଚିତ କରାଯାଏ ।
USCIRF ର ଏହି ରିପୋର୍ଟରେ ଦାବି କରାଯାଇଛି ଯେ, '2018 ପରଠାରୁ ଭାରତରେ ଧାର୍ମିକ ଉତ୍ପୀଡନାର ମାମଲା ବୃଦ୍ଧି ହୋଇଛି । କିଛି ରାଜ୍ୟରେ ଧାର୍ମିକ ସ୍ବାଧୀନତାର ପରିସ୍ଥିତି ବିଗୁଡୁଥିବା ଦେଖାଦେଇଛି । କିନ୍ତୁ ସରକାର ଏହାକୁ ରୋକିବା ଦିଗରେ କୌଣସି ପଦକ୍ଷେପ ଉଠାଉନାହାନ୍ତି ।' ରିପୋର୍ଟରେ ଉଲ୍ଲଖେ ରହିଛି ଯେ, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଦୋଳନ ବନ୍ଦ କରିବା ଦିଗରେ କୌଣସି ମନ୍ତବ୍ୟ ଦେଉନାହାନ୍ତି । ତାଙ୍କ ଦଳର ସଦସ୍ୟଙ୍କର ହିନ୍ଦୁ ଚରମପନ୍ଥୀ ସଂଗଠନ ସହ ସମ୍ପର୍କ ରହିଛି । ଏହି ନେତାମାନେ ଉତ୍ତେଜନାମୂଳକ ଭାଷଣର ବ୍ୟବହାର କରିଛନ୍ତି ।'