ଓଡିଶା

odisha

By

Published : Aug 4, 2020, 9:52 PM IST

ETV Bharat / bharat

ଏଚ-1ବି ଭିସାଧାରୀଙ୍କୁ ଟ୍ରମ୍ପଙ୍କ ଝଟକା: କେବଳ ଆମେରିକୀୟଙ୍କୁ ନିଯୁକ୍ତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍-1 ବି ଭିସାଧାରୀଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଆମେରିକୀୟ ନାଗରିକଙ୍କ ଦ୍ବାରା ବିଦେଶୀ ବୃତ୍ତିଗତ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇ ଟ୍ରମ୍ପ ସୋମବାର ଏଚ୍-1ବି ଭିସା ଉପରେ ଏକ କାର୍ଯ୍ୟନିର୍ବାହୀ ଆଦେଶ ସ୍ବାକ୍ଷର କରିଛନ୍ତି।

USA president trump on H1 visa
ଏଚ-1 ବି ଭିସାଧାରୀଙ୍କୁ ଟ୍ରମ୍ପଙ୍କ ଝଟକା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍-1 ବି ଭିସାଧାରୀଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଆମେରିକୀୟ ନାଗରିକଙ୍କ ଦ୍ବାରା ବିଦେଶୀ ବୃତ୍ତିଗତ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇ ଟ୍ରମ୍ପ ସୋମବାର ଏଚ୍-1ବି ଭିସା ଉପରେ ଏକ କାର୍ଯ୍ୟନିର୍ବାହୀ ଆଦେଶ ସ୍ବାକ୍ଷର କରିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ବିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମର ପ୍ରତ୍ୟକ୍ଷ ନିୟମ ହେଉଛି- ଆମେରିକୀୟଙ୍କୁ ରଖିବା ।

ଆମେରିକାର ଶ୍ରମ ମନ୍ତ୍ରୀ ଏହି ନିଷ୍ପତ୍ତି ବିଷୟରେ କହିଛନ୍ତି ଯେ ଏଚ୍-1ବି ଭିସା ନାମରେ ଠକେଇକୁ ରୋକିବା ଓ ଆମେରିକୀୟଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନିର୍ବାଚନ ବର୍ଷରେ ଟ୍ରମ୍ପଙ୍କ ପଦକ୍ଷେପ ଆମେରିକୀୟ ଶ୍ରମିକମାନଙ୍କ ପାଇଁ ସହାୟକ ବୋଲି ମନେହୁଏ, କିନ୍ତୁ ଯେଉଁମାନେ ଏଚ-1ବି ଭିସା ଉପରେ ଆମେରିକାରେ ଚାକିରି ଖୋଜୁଥିଲେ ସେମାନଙ୍କ ଆଶା ମଉଳିବ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚାଇନା ଆପ୍ ଟିକଟକ ପ୍ରତି ମଧ୍ୟ ଦୃଢ ମନୋଭାବ ପ୍ରଦର୍ଶନ କରିଛନ୍ତି। ସେ ଟିକଟକକୁ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକାର କୌଣସୀ ବ୍ୟବସାୟ ଏହାକୁ କ୍ରୟ ନକରିବେ, ତାହାଲେ ସେପ୍ଟେମ୍ବର 15ରୁ ଟିକଟକକୁ ବନ୍ଦ କରିବେ । ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଯଦି ସେପ୍ଟେମ୍ବର 15 ସୁଦ୍ଧା ଆମେରିକାରେ ଟିକଟକର ବ୍ୟବସାୟ ଚୁକ୍ତି ସ୍ଥିର ନହୁଏ, ତେବେ ଏହାକୁ ବାରଣ କରାଯିବ ।

ଯୁକ୍ତରାଷ୍ଟ୍ରରେ ଟିକଟକର ବ୍ୟବସାୟ କିଣିବା ପାଇଁ ଆଇଟି କମ୍ପାନୀ ମାଇକ୍ରୋସଫ୍ଟ ଓ ବାଇଟ୍ ଡାନ୍ସ ମଧ୍ୟରେ ବୁଝାମଣା ଚାଲିଛି। ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ପ୍ରାୟ 100 ପ୍ରତିଶତ ଅଂଶଧନ ବିଷୟରେ ଆଲୋଚନା ହେବା ଉଚିତ। ପ୍ରକାଶଥାଉକି, ଟିକଟକକୁ ପ୍ରଥମରୁ ହିଁ ଭାରତ ବନ୍ଦ କରିସାରିଛି । ଅନ୍ୟପକ୍ଷେ ପ୍ରାୟ ଦେଢ ମାସ ପୂର୍ବରୁ ହିଁ ଏଚ୍-1 ବି ଭିସା ରଦ୍ଦ ପାଇଁ ଟ୍ରମ୍ପ ଘୋଷଣା କରିଥିଲେ ।

ABOUT THE AUTHOR

...view details