ନୂଆଦିଲ୍ଲୀ: କୋରୋନା ସଙ୍କଟରେ ସର୍ବାଧିକ କ୍ଷତି ବିମାନ ସେବାକୁ ସହିବାକୁ ପଡିଛି । ଅଟକି ରହିଥିବା ବିମାନ ସେବାକୁ ଧୀରେ ଧୀରେ ଆରମ୍ଭ କରାଯାଉଛି । ଭାରତରେ ଆମେରିକା ବିମାନଗୁଡିକର ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ପରେ ଆମେରିକା ମଧ୍ୟ ଭାରତୀୟ ବିମାନଗୁଡିକର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଅପରେସନ ପାଇଁ ଅନୁମତି ଦେଇଛି ।
ଆମେରିକାର ପରିବହନ ବିଭାଗ ଅନୁସାରେ ଗୁରୁବାର ଦିନ ଆମେରିକା ବିମାନ ବନ୍ଦରରେ ଭାରତୀୟ ବିମାନର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଅପରେସନ ପୁନଃ ସ୍ଥାପନ କରିବାକୁ ଯୋଜନା କରିଛି। ବିଭାଗ କହିଛି ଯେ ଭାରତୀୟ ବିମାନ ବନ୍ଦରରେ ଥିବା ଆମେରିକୀୟ ବିମାନକୁ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଅପରେସନର ସମ୍ପୂର୍ଣ୍ଣ ପ୍ରକ୍ରିୟା କରିବାକୁ ଅନୁମତି ଦିଆଯିବା ପରେ ଏହି ଘୋଷଣା କରାଯାଇଛି।
ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଅପରେସନ୍ ଗୁଡିକରେ ଟିକେଟ୍, ଚେକ୍ ଇନ୍, ଲଗେଜ୍ ସର୍ଟିଂ, ଇନ୍ଧନ ଏବଂ ଡି-ଆଇସିଂ ଅନ୍ତର୍ଭୁକ୍ତ । ଜୁଲାଇ ଶେଷରେ, ଭାରତ ଟ୍ରମ୍ପ ପ୍ରଶାସନ ସହ ଆଲୋଚନା ପରେ ଆମେରିକାର ବିମାନ ପରିବହନକାରୀଙ୍କୁ ବିମାନ ଚଳାଚଳ କରିବାକୁ ରାଜି ହୋଇଥିଲା।
ଭାରତ ସରକାର କୋରୋନୋ ଭାଇରସକୁ ଦର୍ଶାଇ ଆମେରିକାର ସମସ୍ତ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଜୁନ୍ ମାସରେ, ଆମେରିକା ପରିବହନ ବିଭାଗ ଭାରତକୁ ଚାର୍ଟର୍ ଏୟାର କ୍ୟାରିଅର୍ ଉପରେ “ଅନ୍ୟାୟ ଏବଂ ଭେଦଭାବପୂର୍ଣ୍ଣ ଆଚରଣ” ସହିତ ଜଡ଼ିତ ବୋଲି ଅଭିଯୋଗ ଆଣିଥିଲା ।
ଟ୍ରମ୍ପ ପ୍ରଶାସନ ଜୁନ ମାସରେ କହିଥିଲେ ଯେ ଆମେରିକା-ଭାରତ ବିମାନ ପରିବହନ ଚୁକ୍ତି ଅନୁଯାୟୀ ଆମେରିକୀୟ ବିମାନ ସେବାକୁ ପୁନଃ ସ୍ଥାପନ କରିବାକୁ ଚାହୁଁଛି ।