ଓଡିଶା

odisha

ପୁଣି ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି, ଗତ 24 ଘଣ୍ଟାରେ 1994 ମୃତ୍ୟୁ

ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଆମେରିକାର ମୃତ୍ୟୁର ତାଣ୍ଡବ ରଚିଛି। ଏହି କ୍ରମରେ ଗତ 24 ଘଣ୍ଟାରେ 1994 ଲୋକଙ୍କ ମୃତ୍ୟୁ ହୋଇଛି।

By

Published : May 13, 2020, 11:40 AM IST

Published : May 13, 2020, 11:40 AM IST

corona
ପୁଣି ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି

ୱାଶିଂଟନ: କୋରୋନା ସାମ୍ନାରେ ହତାଶ ଆମେରିକା ସରକାର । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଆମେରିକାର ମୃତ୍ୟୁର ତାଣ୍ଡବ ରଚିଛି। ଏହି କ୍ରମରେ ଗତ 24 ଘଣ୍ଟାରେ 1994 ଲୋକଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶବାସୀଙ୍କୁ ଅଣନିଶ୍ବାସୀ କରିଥିବା ଏହି ଅଦୃଶ୍ୟ ମହାମାରୀରେ ଏପର୍ଯ୍ୟନ୍ତ 82 ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

ଯଦିଓ ଗତ 2 ଦିନ ହେବ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିଲା ମାତ୍ର ପୁଣିଥିରେ ଗତ ମଙ୍ଗଳବାର ଆମେରିକାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ସୂଚନା ଥାଉକି କି, ମାର୍ଚ୍ଚ ମାସ ପରଠୁ ଦେଶରେ ହୁ ହୁ ହୋଇ ବଢିଚାଲିଥିବା ମୃତ୍ୟୁ ସଂଖ୍ୟା ମଧ୍ୟରେ ଗତ ମେ 10 ଓ 11ର କୋରୋନା ମୃତ୍ୟୁସଂଖ୍ୟା ଆମେରିକା ସରକାରଙ୍କୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଥିଲା । କିନ୍ତୁ ମଙ୍ଗଳବାରର କୋରୋନା ମୃତ୍ୟୁ ସଂଖ୍ୟା ପୁଣି ଥରେ ବୃଦ୍ଧି ଘଟିବା ଆମେରିକା ସରକାରଙ୍କ ଚିନ୍ତା ବଢାଇଛି ।

ପ୍ରକାଶ ଥାଉକି, ଏବେ ସୁଦ୍ଧା ଆମେରିକାରେ 1,385,834 ନୂଆ କୋରୋନା ମାମଲା ରହିଛି। ସେଥିମଧ୍ୟରୁ 262,225 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଜନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ABOUT THE AUTHOR

...view details