ଓଡିଶା

odisha

By

Published : Jul 28, 2020, 4:48 PM IST

ETV Bharat / bharat

କୋଭିଡ-19ର ଗତିକୁ ମନ୍ଥର କରିବ ନାଇଟ୍ରିକ୍ ଅକ୍ସାଇଡ !

କୋଭିଡ-19 ମହାମାରୀ ମଧ୍ୟରେ ଲଗାତାର ଟୀକା ପରୀକ୍ଷଣ କରାଯାଉଛି । ଜର୍ଜ ୱାସିଂଟନ ୟୁନିଭର୍ସିଟି ରିଲିଜ କରିଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ନାଇଟ୍ରିକ୍ ଅକ୍ସାଇଡ୍ କୋରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

କୋଭିଡ-19
କୋଭିଡ-19

ହାଇଦ୍ରାବାଦ: କୋଭିଡ-19 ମହାମାରୀ ମଧ୍ୟରେ ଲଗାତାର ଟୀକା ପରୀକ୍ଷଣ କରାଯାଉଛି । ଜର୍ଜ ୱାସିଂଟନ ୟୁନିଭର୍ସିଟି ରିଲିଜ କରିଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ନାଇଟ୍ରିକ୍ ଅକ୍ସାଇଡ୍, ଆଣ୍ଟିମାଇକ୍ରୋବାୟଲ୍ ଓ ଆଣ୍ଟି-ଇନଫ୍ଲାମେଟୋରୀ ଅଣୁ କୋରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ଏହା ଅନୁଯାୟୀ, ନାଇଟ୍ରିକ୍ ଅକ୍ସାଇଡ୍ ସାଧାରଣ ଭାସ୍କୁଲାର୍ କାର୍ଯ୍ୟକୁ ବଜାୟ ରଖିବାରେ ଓ ଫୁସଫୁସ ଆଘାତ ଓ ଶ୍ବାସକ୍ରିୟାରେ ଅସୁବିଧା ପାଇଁ ‘ଇନଫ୍ଲାମେଟୋରୀ କ୍ୟାସକେଡ୍’ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇନଫ୍ଲାମେଟୋରୀ କାସକେଡ୍ ଏକ ଚିକିତ୍ସା ଅବସ୍ଥାକୁ ପ୍ରତିପାଦିତ କରେ ଯାହା ଏକ ବ୍ୟବସ୍ଥିତ ଇନଫ୍ଲାମେଟୋରୀ ପ୍ରତିକ୍ରିୟା ସୃଷ୍ଟି କରେ ।

1993 ରୁ 2020 ମଧ୍ୟରେ କୋରୋନା ଭାଇରସ ରୋଗ ଓ ଶ୍ବାସକ୍ରିୟା ସମସ୍ୟାର ଚିକିତ୍ସା ଭାବରେ ନାଇଟ୍ରିକ୍ ଅକ୍ସାଇଡ୍ ବ୍ୟବହାର ବିଷୟରେ ତଥ୍ୟ ସମୀକ୍ଷା କରିଥିବା ଜଣାଯାଇଛି। ନାଇଟ୍ରିକ୍ ଅକ୍ସାଇଡ୍ ଆରମ୍ଭରୁ ଉନ୍ନତ କ୍ଲିନିକାଲ୍ ଫଳାଫଳରେ ସହାୟକ ହୋଇଛି ।

କୋଭିଡ-19 ମହାମାରୀର ଉତ୍ପନ୍ନ ପରେ ଶରୀର ଓ ସ୍ବାସ୍ଥ୍ୟସେବା ଭିତ୍ତିଭୂମୀକୁ ସୁଦୃଢ କରିବା ଆବଶ୍ୟକ । ଏହାସହ ଶରୀର ମଧ୍ୟରେ ପ୍ରଭାବଶାଳୀ ଏଜେଣ୍ଟ ଗୁଡିକର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଲେଖକ ଆଦମ ଫ୍ରେଡମ୍ୟାନ କହିଛନ୍ତି ।

ABOUT THE AUTHOR

...view details