ୱାଶିଂଟନ: ଏକ ହ୍ରଦ ଉପରେ ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ । ଅତିକମରେ 8 ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା । ଆମେରିକାର ଇଦାହୋ ରାଜ୍ୟରେ ଏକ ହ୍ରଦ ଉପରେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଏଥିଲେ ଅତି କମରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଆମେରିକା ହ୍ରଦ ଉପରେ ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ, ୮ ଜଣଙ୍କ ମୃତ୍ୟୁ ଆଶଙ୍କା - 8 feared dead
ଆମେରିକାର ଏକ ହ୍ରଦ ଉପରେ ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ । ଅତି କମରେ 8 ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା । ଅଧିକ ପଢନ୍ତୁ...

କୁଟେନାଇ କାଉଣ୍ଟି ସରିଫ୍ କାର୍ଯ୍ୟାଳୟର ଲେଫ୍ଟ ରିୟାନ୍ କହିଛନ୍ତି ଦୁଇଟି ବିମାନ ଧକ୍କା ହେବା ପରେ ତୁରନ୍ତ ଏକ କଲ ଆସିଥିଲା। ପରେ ଉଦ୍ଧାରକାରୀ ଦଳ ବିମାନ ଦୁଇଟିକୁ ଠାବ କରିଛି ଏବଂ ପାଣି ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିଛି । ବାକି 6ଜଣ ନିଖୋଜ ଅଛନ୍ତି ।
ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ଦିନ ୨: ୨୦ ମିନିଟ୍ରେ ଏହି ବିମାନ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ବୟସ୍କ ମଧ୍ୟ ଅଛନ୍ତି । ତେବେ ଏହି ଧକ୍କା ହେବାର କାରଣ କିମ୍ବା ପ୍ରତ୍ୟେକ ବିମାନରେ ବସିଥିବା ଲୋକଙ୍କ ସଂଖ୍ୟା ଅନୁସନ୍ଧାନକାରୀମାନେ ଏପର୍ଯ୍ୟନ୍ତ ସ୍ଥିର କରି ନାହାଁନ୍ତି ।